www.samajalive.in
Sunday, December 14, 2025
14.1 C
Bhubaneswar

ଶନିବାର ରାଶିଫଳ ୨୩.୦୪.୨୦୨୨

ମେଷ: ସମ୍ମାନିତ ହେବେ। ଶୁଭଖବର ମିଳିବ। ଚିତ୍ତପ୍ରସନ୍ନ ରହିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ବୃଷ: ପରୋପକାରୀ ହେବେ। ସମସ୍ୟା ସତ୍ତ୍ବେ କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।
ମିଥୁନ: ପ୍ରମଦାପ୍ରିୟ ହୋଇପାରନ୍ତି। ସର୍ବସୁଖର ଅଧିକାରୀ ହେବେ; ମାତ୍ର ଭ୍ରମଣ ଦୁଃଖ ଦାୟକ ହୋଇପାରେ। ପ୍ରିୟଭାଷୀ ହେବେ। ଅଷ୍ଟମ ଓ ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
କର୍କଟ: ପବିତ୍ର ଭାବନା ନେଇ କର୍ମ ତତ୍ପର ରହିବେ। ପ୍ରୀତି ଲାଭକରିପାରନ୍ତି। ପାରିବାରିକ ସୁଖ ମିଳିବ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ର ଉଳମୟ ହେବ। ଶୁଭକାର୍ଯ୍ୟ କରଣୀୟ।
ସିଂହ: ଶତ୍ରୁ ବିନାଶ କରି ଧନ ଭୋଗ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍‌ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
କନ୍ୟା: କଷ୍ଟରୁ ମୁକ୍ତି ମିଳିବ। ପ୍ରଶଂସିତ ହେବେ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି। କାବ୍ୟକର୍ତ୍ତା ହେବେ।
ତୁଳା: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଦେବାର୍ଚ୍ଚନାର ସୁଯୋଗ ପାଇ ଖୁସି ହେବେ। ପରିଶ୍ରମ କଷ୍ଟଦାୟକ ହେଲେ ବି, ତା’ର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିବ। ବାସଗୃହ ପ୍ରଦୂଷଣମୁକ୍ତ ରହିବ।
ବିଛା: କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭକରିପାରନ୍ତି। ସୌଭାଗ୍ୟ ବୃଦ୍ଧି ସହ ସୁଫଳ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ଧନୁ: କାର୍ଯ୍ୟ ବିଳମ୍ବିତ ହୋଇପାରେ। ମନ ଶଙ୍କାକୁଳ ହୋଇପାରେ। ଆୟ ଊଣା ହେବନାହିଁ। ଶ୍ରଚନ୍ଦ୍ର ଭୋଗ ହେତୁ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ଓ ନିରାମୟ ରହିବେ।
ମକର: ରୋଜଗାରକ୍ଷମ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ନୂଆ ବନ୍ଧୁ ଜୁଟିବେ। ଅପାରଗୁଣର ଅଧିକାରୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟ ବୃଦ୍ଧି ହେବ।
କୁମ୍ଭ: କାର୍ଯ୍ୟରେ ସଫଳତା ଲାଭ କରିବେ। ମାନ ବୃଦ୍ଧି ହେବାର ସୂଚନା ମିଳୁଛି। ମଧୁର ଭାଷା ଓ ବ୍ୟବହାର ଭଦ୍ରୋଚିତ ହେବ। ଅଯଥା ବିତର୍କରୁ ଓହରି ଯାଇପାରନ୍ତି। ଅତିଥି ସତ୍କାର ବ୍ୟୟ ବହୁଳ ହେବ।
ମୀନ: ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତି କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧହସ୍ତ ହେବେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories