ରେଙ୍ଗାଲି: ରେଙ୍ଗାଲି ବ୍ଲକର ରେଙ୍ଗଲୋଇ ଗ୍ରାମରେ ଥିବା ଗ୍ରାମ୍ୟ ଜଙ୍ଗଲର ୫୯ ଏକର ପରିମିତ ଅଂଚଳରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ସାଗୁଆନ ଏବଂ ଅନ୍ୟ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ଯେ ଦୁର୍ବୁତ୍ତମାନେ ଗ୍ରାମ ଜଙ୍ଗଲରେ ନିଆଁ ଲଗାଇ ଦେବା ଫଳରେ ଗ୍ରାମ୍ୟ ଜଙ୍ଗଲର ବୁଦା ପୋଡି ଯାଇଥିବା ବେଳେ ଗଛ ନିଆଁ ଝାସରେ ଝାଉଁଳି ଗଲା। ଏହାର ସୁଯୋଗ ନେଇ ଜଙ୍ଗଲରୁ ସୁରକ୍ଷିତ ଥିବା ଗଛ କଟା ଚାଲିଥିବାର ଦେଖିବାକୁ ମିଳୁଛି। ଜନ ସଚେତନତାର ଅଭାବ ଯୋଗୁଁ ଏହି ଗ୍ରାମ୍ୟ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି।
Popular Categories



