କାର୍ଯ୍ୟରେ ଯୋଗ ଦେଲେ ଵ୍ରହ୍ମପୁର ମେୟର କେ ମାଧବୀ

0

ଵ୍ରହ୍ମପୁର: ଵ୍ରହ୍ମପୁର ମେୟର କେ ମାଧବୀ କାର୍ଯ୍ୟରେ ପୁନଃ ଯୋଗ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ଜର୍ଜଙ୍କ ରାୟରେ ମାଧବୀଙ୍କ ମେୟର ପଦ ଆସିଦ୍ଧ ହୋଇଥିଲା। ଏହି ରାୟକୁ ଚାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ମାଧବୀ। ଉଚ୍ଚ ନ୍ୟାୟାଳୟରୁ ଅସ୍ବସ୍ତି ମିଳିବା ପରେ ଦୀର୍ଘ ୩୭ଦିନର ବ୍ୟବଧାନରେ ଆଜି ପୁଣି କାର୍ୟ୍ୟରେ ଯୋଗ ଦେଲେ କେ ମାଧବୀ। ନ୍ୟାୟାଳୟ ବିଚାରବିଭାଗ ଉପରେ ତାଙ୍କର ପୂର୍ଣ ବିଶ୍ୱାସ ଥିବା ସେ କହିଛନ୍ତି।

prayash

ଗତ ୩୭ଦିନ ତାଙ୍କ ଜୀବନରେ କଳା ବାଦଲ ସଦୃଶ ବୋଲି ବର୍ଣ୍ଣନା କରିବା ସହ ଦୁର୍ଦିନରେ ବିଜେଡି ଦଳ ଦଳର ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ସହଯୋଗକୁ ସେ ପ୍ରଶଂସା କରିବାକୁ ଭୁଲି ନାହାନ୍ତି।

Leave A Reply