www.samajalive.in
Sunday, December 14, 2025
26.1 C
Bhubaneswar

ସଂକୁଚିତ ହେଉଛି ପ୍ରାଣୀଧନ ପାଳନର ଚାହିଦା

ନର୍ଲା:  ଦିନଥିଲା ନର୍ଲା ବ୍ଲକର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଲୋକେ ଗାଈଗୋରୁ, ମଇଁଷି ,ଛେଳିମେଣ୍ଢା ପାଳନ କରୁଥିଲେ । ସଞ୍ଜ ହେବା ପୂର୍ବରୁ ଗୋଠଗୋଠ ହୋଇ ଗାଈଗୋରୁ ଗାଁକୁ ଫେରିବା ଆଉ ଦୃଶ୍ୟମାନ ହେଉନାହିଁ କି ଗୋଧୂଳି ଆଉ ଗାଁରେ ଉଡୁନି । ଅତୀତରେ ଗାଈଗୋରୁ ପାଳନ କରି ଲୋକେ ସେମାନଙ୍କ ଠାରୁ କ୍ଷୀର,ଘିଅ,ଗୋବର ଖତ ପାଇ ଲାଭବାନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ସରକାର ପଶୁ ଚାଷ ପାଇଁ ଲୋକଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରୁଥିଲେ ହେଁ ନର୍ଲା ବ୍ଲକରେ ଏହାର ସଂଖ୍ୟା କମିବାରେ ଲାଗିଛି ।
ନର୍ଲା ବ୍ଲକର ଟକର୍ଲା ଓ ପଲମ ପଞ୍ଚାୟତକୁ ବାଦ୍ ଦେଲେ ବାକି ୨୪ଟି ପଞ୍ଚାୟତ ନର୍ଲା ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅଧିନରେ ରହିଅଛି ।
ହସ୍ତଗତ ୨୦୨୧ ଗଣନା ଅନୁଯାୟୀ ନର୍ଲା ବ୍ଲକରେ ଗାଈଗୋରୁ ଓ ମଇଁଷିଙ୍କ ସଂଖ୍ୟା ୨୩,୦୦୦  । ଏହାର ପୂର୍ବ ଅର୍ଥାତ ୨୦୧୬ ଗଣନାରେ ଗାଈଗୋରୁ ସଂଖ୍ୟା ୨୮,୮୩୧ ଥିବା ବେଳେ ମଇଁଷି ସଂଖ୍ୟା ୪୩୯  । ସମୁଦାୟ ସଂଖ୍ୟା ଥିଲା ୨୯,୨୭୦ । ପୂର୍ବାପେକ୍ଷା ବର୍ତ୍ତମାନ ଏହାର ସଂଖ୍ୟା ୬,୨୭୦ ହ୍ରାସ ପାଇଛି । ସେହିପରି  ଛେଳି ସଂଖ୍ୟା ୨୧,୨୧୪ ଥିବା ବେଳେ ମେଣ୍ଢା ସଂଖ୍ୟା ୩,୦୦୦ ବୋଲି ୨୦୨୧ ଗଣନାରେ ଜଣାପଡିଛି । ୨୦୧୬ ଗଣନାରେ ଛେଳିମେଣ୍ଢା ସଂଖ୍ୟା  ୨୪,୨୧୪ ଥିବା ବେଳେ   ।  ବର୍ତ୍ତମାନ ଗଣନାରେ ଛେଳିମେଣ୍ଢା ମିଶି ୨୫,୬୬୫ ବୋଲି ସୂଚନା ହସ୍ତଗତ ହୋଇଛି । ତେବେ ବର୍ତ୍ତମାନ ଏହାର ସଂଖ୍ୟା ପୂର୍ବାପେକ୍ଷା ମାତ୍ର ୧,୪୫୧ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ସମୟରେ ଗାଈ କ୍ଷୀରର ମାନ ନିର୍ଦ୍ଧାରଣ ଅନୁଯାୟୀ ମୂଲ୍ୟାଙ୍କନ ହୋଇ ବିକ୍ରୟ ହେଉଥିବା କାରଣରୁ ଗୋପାଳନକାରୀ କ୍ଷତିଗ୍ରସ୍ତ ହେଉଥିବା ଯୋଗୁଁ ଗୋପାଳନ ସଂଖ୍ୟା ହ୍ରାସ ପାଉଥିବା ଏକ କାରଣ ବୋଲି ଜଣାପଡିଛି । ସେପଟେ ଗୋରୁ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ଗୋଚର ଜମି ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଅନେକ ସରକାରୀ ପ୍ରୋତ୍ସାହନ ସତ୍ତ୍ଵେ ଚାଷୀ ଗୋପାଳନକୁ ମନ ବଳାଉନାହାନ୍ତି ।  ଏଥିପାଇଁ ସରକାର ଉଦ୍ୟମ ନକଲେ ଆଗାମୀ ଦିନରେ ପ୍ରାଣୀଧନ ବିଲୁପ୍ତ ହେବାର ଆଶଙ୍କା ରହିଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories