www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ୱନାଥପୁରଠାରେ ଗୋଷ୍ଠୀସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁରସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ପଡିଆଠାରେ ଶୁକ୍ରବାର ଗୋଷ୍ଠୀସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରାକେଶ କୁମାର ସାହୁ, ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ଜିଲ୍ଲା ପରିଷଦ ସଦସ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ରୋଗୀ କଲ୍ୟାଣ ସମିତିର ସଦସ୍ୟ ରଘୁବୀର ନାଗ, ସୁବାଷ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ନିହାରରଞ୍ଜନ ସାହୁ ସ୍ୱାଗତଭାଷଣ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମ ଆୟୋଜନ ସହିତ ପରିଚାଳନାରେ ଡ.ଭବାନୀଶଙ୍କର ଲେଙ୍କା, ଡ.ନରେନ୍ଦ୍ର ଦାସ, ଡ.ଜଗେଶ୍ୱର ବେହେରା, ଡ.ନିମାଇ ଗହିର, ଡ.ମହିମା ଦିବ୍ୟଦର୍ଶନି, ବିପିଏମ୍‍ ସୁରଜିତ ସିଂ କୁମାର, ଜନସ୍ୱାସ୍ଥ୍ୟ ଅଧିକାରୀ ଦିବାକର ପ୍ରଧାନଙ୍କ ସମେତ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ସ୍ୱାସ୍ଥ୍ୟମେଳାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡ.ଦେହୁରୀ, ଶିଶୁ ରୋଗ ଡ.ବିହାରୀ, ଭେଷଜ, ଚକ୍ଷୁ ରୋଗ, ଦାନ୍ତ, ଚର୍ମ ଓ ଯୌନ ରୋଗ, କୁଷ୍ଠ ଓ ଯକ୍ଷ୍ମା, ମାନସିକ ରୋଗ, ଆୟୁଷ ବିଭାଗର ବିଶେଷଜ୍ଞମାନେ ଯୋଗ ଦେଇ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ହଜାରେରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇଦେଇଥିଲେ। ଆୟୁଷ୍ମାନ ଭାରତ ଯୋଜନାରେ ଆୟୋଜିତ ଏହି ସ୍ୱାସ୍ଥ୍ୟମେଳାକୁ ନେଇ ସାଧାରଣରେ ବେଶ୍‍ ଆଗ୍ରହ ପ୍ରକାଶ ପାଇଥିବାବେଳେ ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ। ସେହିପରି ବ୍ଲକ ଅଞ୍ଚଳର ଶତାଧିକ ଆଶା ଓ ସ୍ୱାସ୍ଥ୍ୟକର୍ମୀ ଏହି ଶିବିରରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଗୋପାଳଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories