www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା ; ମୋଦୀ ମୋର ଖାସ ଦୋସ୍ତ-ବୋରିସ୍‍ ଜନସନ

ନୂଆଦିଲ୍ଲୀ : ଭାରତ ଗସ୍ତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନସନ। ଆଜି ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ପାଛୋଟି ନେଇଥିଲେ। ଭବ୍ୟ ସମ୍ବର୍ଦ୍ଧନା ପରେ ବୋରିସ ଜନସନ କହିଛନ୍ତି ,  ଏହିପରି ଭବ୍ୟ ଓ ପରମ୍ପରାଗତ ସ୍ୱାଗତ ସେ ପୂର୍ବରୁ ଦେଖି ନାହାଁନ୍ତି।
ଆଜି ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନସନ୍‍ କହିଛନ୍ତି,ମୋଦୀ ମୋର ଖାସ ଦୋସ୍ତ। ଆଜିର ସମୟରେ ବ୍ରିଟେନ ଓ ଭାରତ ମଧ୍ୟରେ ବନ୍ଧୁତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ବୋରିସ୍‍ ଜନସନ୍‍ ଭାରତକୁ ପ୍ରଂଶସା କରି କହିଛନ୍ତି, ଭାରତ ଆଜି ଦୁନିଆର ଫାର୍ମାସିରେ ପରିଣତ ହୋଇଛି। ମୋ ବାହୁରେ ଲାଗିଥିବା କରୋନା ଟିକା ମଧ୍ୟ ଏଠାରୁ ଆସିଛି। ଏହା ମୋତେ ସୁସ୍ଥ ରଖିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସନଙ୍କ ସହ ଆଲୋଚନା କରିବା ସମୟରେ କହିଛନ୍ତି. ୟୁକ୍ରେନ ସଙ୍କଟରେ ତୁରନ୍ତ ଯୁଦ୍ଧବିରାମ ଓ ସମାଧାନ ପାଇଁ ପରସ୍ପର ମଧ୍ୟରେ ଆଲୋଚନା ଓ କୂଟନୀତି ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ ଆମେ ସମସ୍ତ ଦେଶର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସମ୍ମାନର ଗୁରୁତ୍ୱକୁ ମଧ୍ୟ ଦୋହରାଇଛୁ। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତ ଏବଂ ବ୍ରିଟେନ ମଧ୍ୟରେ ଜଳବାୟୁ ଏବଂ ଶକ୍ତି ସହଭାଗୀତାକୁ ଆହୁରି ଗଭୀର କରିବାକୁ ନିଷ୍ପତ୍ତି ନିଆଯାଇଛି।
ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହୋଇଛି। ପ୍ରତିରକ୍ଷା କ୍ଷେତ୍ରରେ ଆମେ ଆମର ସହଯୋଗକୁ ଆଗକୁ ବୃଦ୍ଧି କରିବା ସହ ମୁକ୍ତ ବାଣିଜ୍ୟ ଉପରେ ମଧ୍ୟ ଆଲୋଚନା ହୋଇଛି।
ଏହାସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ଜନସନ ଏବଂ ତାଙ୍କ ପ୍ରତିନିଧୀଦଳଙ୍କୁ ସ୍ୱାଗତ କରୁଛି। ଯଦିଓ ଏହା ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ଗସ୍ତ, କିନ୍ତୁ ଜଣେ ପୁରୁଣା ବନ୍ଧୁ ଭାବରେ ଭାରତକୁ ବହୁତ ଭଲ ଭାବରେ ଜାଣନ୍ତି। ଏହି ସମୟରେ ଯେତେବେଳେ ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ଜନସନଙ୍କ ଏଠାରେ ପହଞ୍ଚିବା ଐତିହାସିକ ମୁହୂର୍ତ୍ତ । ଦ୍ୱିପାକ୍ଷିକ ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories