www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୧ତମ ସମାବର୍ତ୍ତନ ଉତ୍ସବ

ବୁର୍ଲା : ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୧ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କରୋନାର ୨ ବର୍ଷ ବ୍ୟବଧାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ପାଳିତ ହେଉଛି। ଏହି ଉତ୍ସବରେ କୁଳାଧିପତି ପ୍ରଫେସର ଗଣେଶି ଲାଲ ଏବଂ ମୁଖ୍ୟ ଅଥିତି ଭାବେ ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗଚି ଯୋଗ ଦେଇଥିଲେ। ଏହି ଅବସରରେ ୧୮୪ଜଣ ପିଏଚଡି ଏବଂ ପୋଷ୍ଟ ପିଏଚଡି ଡିଗ୍ରୀ ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି।
ସେହିପରି ୧୦୧ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଥିବା ୬ଟି ଜ଼ୀଲ୍ଳାର ୧୫୧ କଲେଜ ମାନଙ୍କରେ ୨ ବର୍ଷ ମଧ୍ୟରେ ଉତ୍ତୀର୍ଣ୍ଣ ହୋଇଥିବା ୬୦,୫୫୦ଜଣ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପିଜି ଏବଂ ୟୁଜି ସାର୍ଟିଫିକେଟ ପ୍ରଦାନ କରାଯାଇଛି। ସେହିପରି ପଦ୍ମଶ୍ରୀ ମେଜର ଇଗ୍ନେଶ ତିର୍କୀଙ୍କୁ ସମ୍ମାନ ସୂଚକ ଡିଲିଟ ଉପାଧି ମିଳିଥିଲା ଓ ସୁବାଷ ଚନ୍ଦ୍ର ଗୁପ୍ତାଙ୍କୁ ମଧ୍ୟ ସଫଳ ଉଦ୍ୟଗି ପାଇଁ ସମ୍ମାନ ସୂଚକ ଡିଲିଟ ଉପାଧି ଦିଆଯାଇଥିଲା ।

ଡିଲିଟ ଡ଼କ୍ଟର ଅଫ ଲିଟରେଚରରେ ୨୦୨୦ପାଇଁ ଡ଼. ସୁପ୍ରିୟ ରୋୟ,୨୦୨୧ ପାଇଁ ଡ଼. ଜୟଶ୍ରୀ ମିଶ୍ର ଓ ୨୦୨୨ ପାଇଁ ଡ଼. ମାନସ କୁମାର ଦାସଙ୍କୁ ଏହି ଉପାଧି ମିଳିଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ୨୫ ଟି ବଡ଼ ଗବେଷଣା ପାଇଁ ୧୧ କୋଟି ୧୦ଲକ୍ଷ ୮ ହଜ଼ାର ଦୁଇ ଶହ ଟଙ୍କା ପାଇଥିବା ବେଳେ ୯ ଟି ଛୋଟ ଛୋଟ ଗବେଷଣା ପାଇଁ ୩୧ ଲକ୍ଷ ୫୪ହଜ଼ାର ଟଙ୍କା ବିଭିନ୍ନ ସଂସ୍ଥା ପକ୍ଷରୁ ମିଳିଥିବା ବିଶ୍ୱବିଦ୍ୟାଳୟ କୁଳପତି ସୂଚନା ଦେଇଛନ୍ତି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories