www.samajalive.in
Saturday, December 13, 2025
26.1 C
Bhubaneswar

ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ମନ୍ଥର ହେବ ବିଶ୍ୱ ଅର୍ଥନୀତି ଅଭିବୃଦ୍ଧି ହାର – ଆନ୍ତର୍ଜାତିକ ମୁଦ୍ରାପାଣ୍ଠି

ଡେସ୍କ: ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତି ଅଭିବୃଦ୍ଧି ହାର ମନ୍ଥର ହେବ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଶଙ୍କା ପ୍ରକାଶ କରିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏହାର ରିପୋର୍ଟରେ ଚଳିତ ବର୍ଷ ବିଶ୍ୱ ଅର୍ଥନୀତି ୩.୬% ଅଭିବୃଦ୍ଧି ହାସଲ କରିବା ପୂର୍ବାନୁମାନ କରିଛି। ଗତବର୍ଷ ଏହା ୬.୧% ଥିଲା। ଚଳିତବର୍ଷ ବିଶ୍ୱ ଅର୍ଥନୀତି ୪.୪% ଅଭିବୃଦ୍ଧି ହାସଲ କରିବାର ପୂର୍ବରୁ ଅନୁମାନ କରାଯାଇଥିଲା।

ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଦେଇଥିବା ସୂଚନା ଅନୁଯାୟୀ, ଏହି ଯୁଦ୍ଧର ଅର୍ଥନୈତିକ ପ୍ରଭାବ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପିବାରେ ଲାଗିଛି। ଏହା ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବା ସହ ବ୍ୟବସାୟ ଓ ବାଣିଜ୍ୟ ହ୍ରାସ ପାଉଛି ଏବଂ ଇନ୍ଧନ ଓ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଘଟୁଛି। ରୁଷ ଅର୍ଥନୀତି ଚଳିତ ବର୍ଷ ୮.୫% ହ୍ରାସ ପାଇବାର ମଧ୍ୟ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ୟୁକ୍ରେନ ଅର୍ଥନୀତି ମଧ୍ୟ ୩୫% ହ୍ରାସ ପାଇବ। ଆମେରିକା, ଚୀନ ଓ ୟୁରୋପୀୟ ଦେଶଗୁଡ଼ିକର ଅର୍ଥନୀତି ମଧ୍ୟ ଏହି ଯୁଦ୍ଧ ଯୋଗୁଁ ମନ୍ଥର ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories