www.samajalive.in
Wednesday, December 10, 2025
23.1 C
Bhubaneswar

ଦିଲ୍ଲୀରେ ବୁଲିବ ବୁଲଡୋଜର; ଭଙ୍ଗାଯିବ ବେଆଇନ ନିର୍ମାଣ

ନୂଆଦିଲ୍ଲୀ; ହନୁମାନ ଜୟନ୍ତୀରେ ଜାହାଙ୍ଗୀରପୁରୀରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ପୁଲିସ କାର୍ଯ୍ୟାନୁଷ୍ଠନ ନେଇଛି । କିଛି ଅଭିଯୁକ୍ତଙ୍କୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି ପୁଲିସ । ଶୋଭାଯାତ୍ରାରେ ପଥର ଫିଙ୍ଗା ଘଟଣାକୁ ନେଇ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ଦିଲ୍ଲୀ ପୁଲିସର ସହଯୋଗ ଲୋଡ଼ିଛି । ଖାଲି ସେତିକି ନୁ​‌ହେଁ ଘଟଣାରକୁ ନେଇ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍‌ର ସିଭିଲ୍ ଲାଇନ୍ ଜୋନର ଆସିଷ୍ଟାଣ୍ଟ କମିଶନର ମଙ୍ଗଳବାର ନିଜେ ଉତ୍ତର ପଶ୍ଚିମ ଦିଲ୍ଲୀର ଡେପୁଟି କମିଶନରଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି ।

ଚିଠିରେ ସେ ଜାହାଙ୍ଗୀରପୁରୀ ଅଞ୍ଚଳରେ ଜନସମ୍ପର୍କ ବିଭାଗ, ମ୍ୟୁନିସିପାଲିଟି କର୍ପୋରେସନ୍, ନିର୍ମାଣ / ରକ୍ଷଣାବେକ୍ଷଣ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପରିମଳ ବିଭାଗ, ପ୍ରାଣୀ ଚିକିତ୍ସା ବିଭାଗକୁ ଏନେଇ ଅବଗତ କରାଇଛନ୍ତି । ସେ କହିଛନ୍ତି ସମୃକ୍ତ ଅଞ୍ଚଳରେ ବେଆଇନ୍‌ ନିର୍ମାଣ ହଟାଇବାକୁ । ଯାହାଦ୍ୱାରା ଏପରି ପରିସ୍ଥିତି ସୃଷ୍ଟି ହେଉଛି । ଆଜି ଓ ଆସନ୍ତାକାଲି ଏହି ଗୁଡ଼ିକୁ ଉଚ୍ଛେଦ କରାଯିବ । ଏଥିଲାଗି ଆନଶୃଙ୍ଖଳା ରକ୍ଷା କରିବାକୁ ୪ଶହ ପୁଲିସ କର୍ମଚାରୀ ମୁତୟନ କରିବାକୁ ସେ କହିଛନ୍ତି । ତେବେ ତାଙ୍କ ଏହି ଚିଠିର କୌଣସି ଉତ୍ତର ଆସିନଥିବା କୁହାଯାଉଛି ।

- Advertisement -

 

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories