www.samajalive.in
Saturday, December 13, 2025
26.1 C
Bhubaneswar

ବଢ଼ିଲା ଓମ୍‌ଫେଡ ଦର

ଭୁବନେଶ୍ୱର: ପୁଣି ଗରିବ ଓ ବଧ୍ୟବିତ୍ତଙ୍କ ଉପରେ ମହଙ୍ଗାମାଡ଼ । ଖାଇବା ତେଲ, ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକୀୟ ଦର ଅହେତୁକ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ପୁଣି ଓମ୍‌ଫେଡ କ୍ଷୀର ଦର ବୃଦ୍ଧି କରାଯାଇଛି । ଆସନ୍ତା ୨୧ ତାରିଖରୁ କ୍ଷୀର ଲିଟର ପ୍ରତି କମ୍ପାନୀ ୨ଟଙ୍କା ବୃଦ୍ଧି କରିବ ବୋଲି କହିଛି ।  ପ୍ୟାକେଜିଂ, ପରିବହନ, ଗାଈ ଦାନା ଓ ବିଜୁଳି ଆଦିର ଦାମ୍‌ ବୃଦ୍ଧି ପାଇଛି । ଯାହାକୁ ଦୃଷ୍ଟିରେ ରଖି କ୍ଷୀରର ଦାମ୍‌ ବୃଦ୍ଧି କରାଯାଇଛି ବୋଲି ଓମ୍‌ଫେଡ ପକ୍ଷରୁ କୁହାଯାଇଛି । ଏନେଇ ଓମ୍‌ଫେଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଯେଉଁଥିରେ କମ୍ପାନୀ ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଥିବା କହିଛି । ତାହାସହ କମ୍ପାନୀ ପକ୍ଷରୁ ଆହୁରୀ ଏକ ବଡ଼ ସୂଚନା ଦିଆଯାଇଛି । ଓମ୍‌ଫେଡ କହିଛି ଆସନ୍ତା ୨୧ ତାରିଖରୁ  କଟକ, ଭୁବନେଶ୍ୱର ଓ ପୁରୀରେ ନୂତନ ପ୍ରକାରର କ୍ଷୀର ବିକ୍ରି କରାଯିବ ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories