www.samajalive.in
Saturday, December 13, 2025
27.1 C
Bhubaneswar

ସମାଜର ସାମୂହିକ ବିକାଶରେ ଗଣମାଧ୍ୟମ,ସାମାଜିକ କର୍ମୀ ଓ ଲୋକ ପ୍ରତିନିଧିଙ୍କ ଭୂମିକା ସମ୍ପର୍କିତ କର୍ମଶାଳା

ଜି ଉଦୟଗିରି : ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ୱାତୀ ଆନୁକୁଲ୍ୟରେ ସମାଜର ସାମୂହିକ ବିକାଶରେ ଗଣମାଧ୍ୟମ,ସାମାଜିକ କର୍ମୀ ଓ ଲୋକ ପ୍ରତିନିଧିଙ୍କ ସମନ୍ଵୟରେ ବିକାଶ ସମ୍ଭବ ବୋଲି ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସଭାଗୃହରେ ଅନୁଷ୍ଠିତ ଆଲୋଚନାରେ ଉପସ୍ଥିତ ଅତିଥି ଓ ନିମନ୍ତ୍ରିତ ଅତିଥି ମତବ୍ୟକ୍ତ କରିଛନ୍ତି । ସଂଗଠନର ସମ୍ପାଦକ ଇଂ ହରି ଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ମୁଖ୍ୟ ଅତିଥି, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ସମ୍ମାନିତ ଅତିଥି, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ ଓ ଶିଶିର ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ । ଏଥି ସମେତ ଅନ୍ୟତମ ନିମନ୍ତ୍ରିତ ଗଣମାଧ୍ୟମ ପ୍ରତିନିଧି ସାମାଜିକ କର୍ମୀ ଓ ଲୋକ ପ୍ରତିନିଧି ଉପସ୍ଥିତ ରହି ଏହି ମତବ୍ୟକ୍ତ କରିଥିଲେ। ତାହା ହେଉଛି ବାସ୍ତବରେ ସମାଜର ସାମୂହିକ ବିକାଶରେ ଗଣମାଧ୍ୟମ ପ୍ରତିନିଧି ମାନେ ସମାଜର ବିକାଶରେ ସେତୁ ଭଳି କାର୍ଯ୍ୟ କରିବାର ଆବଶ୍ୟକତା ଅଛି। ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକୁ ସୂଚାରୁ ଭାବେ ତଦାରଖ କରିବା ଓ ଏହାର ପ୍ରଚାର ପ୍ରସାର ଠିକ୍ ଭାବେ କରାଯିବା ଦାୟିତ୍ବ ତୁଲାଇବା ବେଳେ ଲୋକ ପ୍ରତିନିଧି ମାନେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ସଠିକ ଭାବରେ ଉପସ୍ଥାପନ କରିପାରିଲେ ସମାଜରେ ସାମୂହିକ ବିକାଶ ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା।
ଆୟୋଜିତ କର୍ମଶାଳାରେ ଯାଜପୁରରେ ତୃତୀୟ ଲିଙ୍ଗ ପାଇଁ ହୋଇଥିବା ଅମାନବୀୟ ଘଟଣାର ନିନ୍ଦା କରାଯିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯିବା ପାଇଁ ଆଲୋଚନା ହୋଇଥିଲା। ସଦ୍ୟ ସମାପ୍ତ ହୋଇଥିବା ତ୍ରି ସ୍ତରୀୟ ପଞ୍ଚାୟତ, ପ୍ରତିନିଧି ଓ ପୌର ପରିଷଦ ନିଜର ଦାୟିତ୍ବ ଠିକ୍ ଭାବେ ତୁଲାଇ ପାରିଲେ ଆଜି ସ୍ଵେଚ୍ଛାସେବୀ ସଂଗଠନ ସ୍ୱାତୀ ତରଫରୁ ଆୟୋଜିତ ଏହି କର୍ମଶାଳାର ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ଲେକ୍ଚର ବୁଲିୟନ୍, ମହମଦ୍ ଜିଆଉଦିନ୍ ଅହମଦ୍, ସମୀର୍ ପାଢ଼ୀ, ଆଶୁତୋଷ ସାହୁ ମତ ବ୍ୟକ୍ତ କରିଥିଲେ । ଆୟୋଜିତ କର୍ମଶାଳାରେ ସ୍ୱାତୀ ର ପ୍ରତିଷ୍ଠାତା ତଥା କାର୍ଯ୍ୟ ନିର୍ବାହୀ ସଂପାଦକ ପ୍ରଦୀପ କୁମାର ଦାଶ ଓ ସାମ୍ବାଦିକ ଶିଶିର ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଦୀପ କୁମାର ସ୍ଵାଇଁ,ଗିରୀଶ ଚନ୍ଦ୍ର ସାମଲ ଓ ବିଶ୍ଵ ରଞ୍ଜନ କର ପ୍ରମୁଖ ସହଯୋଗ କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories