www.samajalive.in
Saturday, December 6, 2025
16.1 C
Bhubaneswar

ମେ ୬ରେ ଏନଇଇଟି

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ପରିଚାଳିତ ଏମବିବିଏସ ଏବଂ ବିଡିଏସ ପାଠ୍ୟକ୍ରମ ଲାଗି ଚଳିତ ବର୍ଷର ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ଏନଇଇଟି-୨୦୧୮ ମେ ମାସ ୬ ତାରିଖରେ ହେବ । ଗୁରୁବାର ଠାରୁ ଅନ୍‌ଲାଇନ୍‌ ଆବେଦନପତ୍ର ଦାଖଲ ଆରମ୍ଭ ହୋଇଛି । ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ପଞ୍ଜିକରଣ ଚାଲିବା ନେଇ ସିବିଏସଇର ନାମଲେଖା ନୋଟିସ୍‌ରେ ଦର୍ଶାଯାଇଛି ।

ଅନ୍‌ଲାଇନ୍‌ ଫି’ ଦାଖଲର ଶେଷଦିନ ମାର୍ଚ୍ଚ ୧୦ ତାରିଖ ରହିଛି । ତେବେ ଆସାମ, ଜାମ୍ମୁ କାଶ୍ମୀର ଓ ମେଘାଳୟର ଆବେଦନକାରୀମାନଙ୍କୁ ଛାଡ଼ି ବାକି ସମସ୍ତଙ୍କ ଲାଗି ଆଧାର ନମ୍ବର ବାଧ୍ୟତାମୂଳକ କରାଯାଇଛି । ଆବେଦନକାରୀମାନଙ୍କର ନାମ, ଜନ୍ମ ତାରିଖ, ସେମାନେ ବାଳକ କିମ୍ବା ବାଳିକା ତାହାର ପ୍ରମାଣ ଯଦି ଆଧାର ନମ୍ବର ସହ ମେଳ ନ ଖାଇବ, ତାହେଲେ ଫର୍ମ ପୂରଣ କରାଯାଇ ପାରିବ ନାହିଁ ।

- Advertisement -

ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍‌ସାଇଟ୍‌ www.cbscneet.nic.inରେ ଆବେଦନ କରି ପାରିବେ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories