www.samajalive.in
Thursday, December 11, 2025
16.1 C
Bhubaneswar

ଶ୍ରୀରାମଚରିତ ମାନସ ପାରାୟଣ, ବିଶ୍ୱଶାନ୍ତି ହିଙ୍ଗୁଳା ଯଜ୍ଞ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁମାରପୁରରେ ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ଅନୁଷ୍ଠିତ ହୋଇଛି। ୨୪ତମ ବାର୍ଷିକ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଗାଁର ଜନସାଧାରଣ ସଂଶ୍ଲିଷ୍ଟ ହୋଇ କଳସ ଶୋଭାଯାତ୍ରରେ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଆଧ୍ୟାତ୍ମିକ ପ୍ରବଚନ ଶ୍ରୀରାମଙ୍କ ଲୀଳା ପ୍ରଚାର ପ୍ରସାର ପାଇଁ ରାମାୟଣ ନାଟକ ମଧ୍ୟ ଅନୁଷ୍ଠିତ ହେଉଛି। ଗାଁର ମହାବୀର ସାଂସ୍କୃତିକ ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଜନସାଧାରଣ ଆସି ପ୍ରଭୁ ଶ୍ରୀରାମଚରିତ ମାନସ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଶ୍ରବଣ କରୁଛନ୍ତି।

କଖଡିରେ ବିଶ୍ୱଶାନ୍ତି ହିଙ୍ଗୁଳା ଯଜ୍ଞଅନୁଷ୍ଠିତ ହେଉଛି। ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୬୩ତମ ବିଶ୍ୱଶାନ୍ତି ହିଙ୍ଗୁଳା ଯଜ୍ଞ ଦେଖିବା ପାଇଁ ପାଶ୍ୱର୍ସ୍ଥ ୫ଟି ପଞ୍ଚାୟତର ଜନସାଧାରଣ ଏକତ୍ରିତ ହେଉଛନ୍ତି। ଗାଁ ସଭାପତି ଦୀଲ୍ଳିପ କୁମାର ଛତାର, ଯଜ୍ଞକମିଟି ସଭାପତି ଚନ୍ଦ୍ରଶେଖର ପରିଡା, ସଂପାଦକ ଅନାମ ଚରଣ ସାହୁ, କୋଷାଧ୍ୟକ୍ଷ ନାରାୟଣ ସାହୁ, ଗାଁ ମୁରବୀ ସନ୍ତୋଷ କୁମାର ବେଦାନ୍ତ, ଶତର ଚନ୍ଦ୍ର ମହାନ୍ତି, ନୀଳମଣି ବାରିକ, ଅଫିସର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂପାଦନ କରୁଛନ୍ତି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories