www.samajalive.in
Saturday, December 13, 2025
21.1 C
Bhubaneswar

କୃଷ୍ଣସାଗରରେ ବୁଡିଗଲା ରୁଷର କ୍ଷେପଣାସ୍ତ୍ରବାହି ଜାହାଜ ‘ମୋସ୍କୋବା’, ୟୁକ୍ରେନ୍‍ କହିଲା କ୍ଷେପଣାସ୍ତ୍ର ମାଡ଼

ଡେସ୍କ: ରୁଷର କ୍ଷେପଣାସ୍ତ୍ରବାହି ଜାହାଜ ମୋସ୍କୋବା କୃଷ୍ଣସାଗରରେ ବୁଡ଼ି ଯାଇଥିବା ଜଣାପଡିଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ନେଇ ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଜାହାଜଟି ନିୟନ୍ତ୍ରଣ ହରାଇବାରୁ ବୁଡ଼ିଯାଇଥିବାର ଆଶଙ୍କା କରାଯାଉଛି। ପୂର୍ବରୁ ରୁଷ୍‍ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଜାରି ଏକ ବିବୃତିରେ ସେହି ଜାହାଜରେ ନିଆଁ ଲାଗିଯାଇଥିବା କୁହାଯାଇଥିଲା। ଏଥିଯୋଗୁଁ ଜାହାଜର ଗୋଳାବାରୁଦ ଥିବା ଅଂଶ ନଷ୍ଟ ହୋଇଯାଇଥିବା ଜଣାପଡିଥିଲା।

ଇତିମଧ୍ୟରେ ‘ମୋସ୍କୋବା’ ଉପରେ ଦୁଇଟି ଜ-୩୬୦ ନେଫ୍‍ଚୁନ୍‍ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ୟୁକ୍ରେନ୍‍ ଦାବି କରିଛି। ମୋସ୍କୋବା ଜାହାଜ ରୁଷରେ ନିର୍ମିତ ହୋଇଥିଲା ଓ ୧୯୮୦ ମସିହାରୁ ଏହା କାର୍ଯ୍ୟକରି ଆସୁଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories