www.samajalive.in
Friday, December 12, 2025
16.1 C
Bhubaneswar

କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ଆଜିଠାରୁ ନୂଆ ୱେବ ସିରିଜ୍ ‘ଟାଉଟର ପ୍ରୋ’

ଭୁବନେଶ୍ୱର: ଆଜିଠାରୁ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଙ୍ଗ ହେଉଛି ନୂଆ ୱେବ ସିରିଜ୍ ‘ଟାଉଟର ପ୍ରୋ’। ପମ୍‌ପମ୍ ସିରିଜର ଏହା ହେଉଛି ପ୍ରଥମ ଏପିସୋଡ। କମେଡି କିଙ୍ଗ ପପୁ ପମ୍ ପମ୍ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ପୂର୍ବରୁ ପପୁଙ୍କ ଅଭିନୀତ ‘ହ୍ୟାଲୋ ରାବଣ’କୁ କଞ୍ଚାଲଙ୍କା ପ୍ଲାଟଫର୍ମରେ ଜବରଦସ୍ତ ରେସପନ୍ସ ମିଳିଥିଲା। ତେବେ ପମ୍‌ପମ୍ ସିରିଜର ନୂଆ ନୂଆ ଏପିସୋଡ ମାସକୁ ଥରେ ଦର୍ଶକ ଦେଖିବାକୁ ପାଇବେ ବୋଲି ଜଣାପଡିଛି।

ସମାଜରେ ଘଟୁଥିବା କିଛି ନିଛକ ସତକଥାକୁ ନେଇ ‘ଟାଉଟର ପ୍ରୋ’ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଆବାସ ଚୋରିରୁ ଆରମ୍ଭ ହୋଇଛି କାହାଣୀ। ଅବନୀ ଷଢ଼ଙ୍ଗୀ ନାମକ ଜଣେ ବ୍ୟକ୍ତି ଏନେଇ ଥାନାରେ ଏଫଆଇଆର ଦେଉଛନ୍ତି ଓ ପୁଲିସ ତଦନ୍ତ କରିବାକୁ ଅଭିଯୋଗକାରୀ ଗୁହାରୀ କରିଛନ୍ତି। ଆବାସ ଯୋଜନାରେ ମିଳିଥିବା ଘରଟି ତିଆରି ସରିଥିବା ଅଭିଯୋଗକାରୀ ପ୍ରମାଣିତ କରିବା ପରେ ସମ୍ପୃକ୍ତ ସ୍ଥାନରୁ ଘରଟି ଚୋରୀ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ପୁଲିସ ତଦନ୍ତ ବେଳେ କଣ ସବୁ ପ୍ରମାଣ ପାଉଛି ଓ ଏହି ମାମଲାର ବିଚାର କିଭଳି ହେଉଛି ତାକୁ ନେଇ କାହାଣୀଟି ଆଗକୁ ବଢ଼ିଛି।

- Advertisement -

ଏହି ୱେବ ସିରିଜ୍ ଅପ୍ରେଲ ୧୫ଠାରୁ ଷ୍ଟ୍ରିମିଂ ଆରମ୍ଭ ହୋଇଥିବା ବେଳେ ଏଥିରେ ପପୁ ପମପମଙ୍କ ସହ ଅରବିନ୍ଦ ଷଢ଼ଙ୍ଗୀ, ଜୀବନ ପଣ୍ଡା ଓ ଟୁକୁନା ଷ୍ଟାଇଲିସ୍ ପ୍ରମୁଖ ନଜର ଆସିଛନ୍ତି। ପପୁ ପମପମ କ୍ରିଏସନ୍ସ ବ୍ୟାନରରେ ନିର୍ମିିତ ଟାଉଟର ପ୍ରୋରେ ରମେଶ ରାଉତ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଂଗୀତା ଶତପଥୀ। କାହାଣୀ ନିଜେ ପପୁ ଲେଖିଥିବା ବେଳେ ଚିତ୍ରନାଟ୍ୟ ମଧ୍ୟ ଲେଖିଛନ୍ତି। ରୁପସାଗର ଏହାର ଡାଇଲଗ୍ ଦେବା ସହ ଭାଗ୍ୟଧର ପାଣି କଞ୍ଚାଲଙ୍କା କ୍ରିଏଟିଭ୍ ହେଡ ଅଛନ୍ତି। ଏହି ୱେବସିରିଜରେ ଦର୍ଶକେ ଭରପୁର କମେଡି ପାଇବେ ବୋଲି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ଆଶା ପ୍ରକଟ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories