www.samajalive.in
Sunday, December 14, 2025
23.1 C
Bhubaneswar

ବେଗୁନିଆ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ଶିବିର

ବେଗୁନିଆ : ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଯୋଜିତ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ଶିବିର ବେଗୁନିଆ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ କୁମାର ମିଶ୍ର ଉଦଘାଟନ କରିଥିଲେ। ଅତିଥି ଭାବେ ଉପାଧ୍ୟକ୍ଷ ଡ଼ଃ ମନମୋହନ ମିଶ୍ର ଯୋଗ ଦେଇଥିଲେ। ଏହି ଶିବିର ଗତ ୧୦ ତାରିଖଠାରୁ ଆରମ୍ଭ ହୋଇଥିବାବେଳେ ୨୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଉକ୍ତ ଶିବିରରେ ଅତିଥିମାନେ ଛାତ୍ରୀମାନଙ୍କୁ ଶାରୀରିକ, ମାନସିକ ଓ ଆତ୍ମିକ ସୁରକ୍ଷା ପାଇଁ ଏହି ଶିବିରର ମହତ୍ଵ ବୁଝି ଏହି ଶିକ୍ଷାକୁ ଜୀବନରେ ଉପଯୋଗ କରିବା ପାଇଁ ଆହ୍ଵାନ ଦେଇଥିଲେ। ଶିବିରକୁ କୋଅର୍ଡିନେଟର ଅଧ୍ୟାପିକା ଆରାଧନା ମହାପାତ୍ର ପରିଚାଳନା କରି ସଚେତନତା ସହ ନିଜର ସୁରକ୍ଷା ଦାୟିତ୍ୱ ନେବା ପାଇଁ ଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। ଶିବିରରେ ମାଷ୍ଟର ଟ୍ରେନର ପୂଜା ସେଠୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଶିବିରରେ ୧୧୬ ଜଣ ଛାତ୍ରୀ ଉପସ୍ଥିତ ରହି ଶିକ୍ଷା ଗ୍ରହଣ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories