ପୁରୀ : ପୁଣି ଜବତ ହେଲା ଧଳାଜହର। ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ଦୟା ନଦୀ ବନ୍ଧରୁ ପୁଲିସ ଆଜି ଧଳାଜହର ଜବତ କରିଛି। ପ୍ରାୟ ୧୧୦ ଗ୍ରାମ ଧଳାଜହର ଜବତ ହୋଇଛି। ଏହି ଘଟଣାରେ ଖୋର୍ଦ୍ଧା ଜିଲା ମୁକ୍ତାପୁର ଗ୍ରାମର ମହେନ୍ଦ୍ର ବେହେରା ଏବଂ ଚଣ୍ଡିପୁର ଗ୍ରାମର ଶିଶିର ମହାନ୍ତି ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ନଗଦ ୯୭୮୫ ଟଙ୍କା ସହ ବାଇକ ଏବଂ ମୋବାଇଲ ଫୋନ ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।
Popular Categories



