www.samajalive.in
Saturday, December 13, 2025
27.1 C
Bhubaneswar

ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର

ନୀଳଗିରି: ନୀଳଗିରି ବ୍ଲକ ମିତ୍ରପୁର ସ୍ଥିତ ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଗିରିଶ କିଙ୍କର ମଲିକ ଶିବିରକୁ ଉଦଘାଟନ କରି ସମ୍ପ୍ରତି ସମାଜରେ ଛାତ୍ରୀଙ୍କ ପ୍ରତି ଘଟୁଥିବା ଅତ୍ୟାଚାର ଓ ଅସଦାଚରଣକୁ ରୋକିବା ପାଇଁ ଏହି ଆତ୍ମରକ୍ଷା କୌଶଳ ଏକ ସୁରକ୍ଷା କବଚ ହୋଇ ଉଭା ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ତଥା ଅଧ୍ୟାପିକା ଉକ୍ରର୍ଷା ଦାସ ଶିବିରର ଉପାଦେୟତା କହିଥିଲେ । ପ୍ରଶିକ୍ଷିକା ସୁଦେଷ୍ଣା ଖଟୁଆ ସାମ୍ପ୍ରତିକ ସମାଜରେ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣର ଗୁରୁତ୍ୱ ଉପସ୍ଥାପନ କରିଥିଲେ । ଅଧ୍ୟାପିକା ଡ. ନବନୀତା ଦାସ ଓ ଡ. ମଧୁଛନ୍ଦା ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories