www.samajalive.in
Monday, December 8, 2025
24.1 C
Bhubaneswar

ସତ୍ୟବାଦୀ ବ୍ଲକରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ସଭାଗୃହରେ ଜିଲା ଶ୍ରମ ଓ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆୟୋଜିତ ସଭାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଶୁକ୍ରବାର ଚେକ୍ ମାଧ୍ୟମରେ ସହାୟତା ରାଶି ପ୍ରଦାନ କରାଯାଇଥିଲା । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ୩୫୦ ଜଣଙ୍କୁ ପରିଚୟ ପତ୍ର ଦିଆଯାଇ ଥିବା ବେଳେ ୩୮୪ ଜଣ ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଠ ପଢିବା, ଝିଅ ବାହାଘର, ମୃତ୍ୟୁ ଓ ଅନ୍ୟେଷ୍ଟିକ୍ରିୟା ଆଦି ପାଇଁ ୪୨ ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଥିଲା । ପ୍ରତୀକାତ୍ମକ ଭାବେ ୧୫ ଜଣଙ୍କୁ ସହାୟତା ରାଶି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ଜିଲା ଶ୍ରମ ଅଧିକାରୀ ପୂର୍ଣ୍ଣାନନ୍ଦ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିଲେ । ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ସଭାପତିତ୍ବ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେରେ ଜିଲାମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତ ମାଝି ବିଡିଓ ଡ.ଗୌରବମୟ ପ୍ରଧାନ ଓ ସମାଜସେବୀ ରାମଚନ୍ଦ୍ର ମହାନ୍ତି ସଭାରେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଚୌଧୁରୀ ସୁବ୍ରତ କୁମାର ଜେନା ଧନ୍ୟବାଦ ଦେଇଥିଲେ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories