www.samajalive.in
Monday, December 8, 2025
27.1 C
Bhubaneswar

ରାହୁଲଙ୍କ ଭାଷଣଙ୍କୁ ନେଇ ଶିବରାଜଙ୍କ କଟାକ୍ଷ

ନୂଆଦିଲ୍ଲୀ: ଆସନ୍ନ ନିର୍ବାଚନକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ ପ୍ରଚାରର ମଙ୍ଗ ଧରିଥିôବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସୋସିଆଲ ମିଡିଆରେ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ। ଶିବଙ୍କ ଦର୍ଶନ ସାରି ଫେରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଶର ଯେଉଁଠି ଯାଉଛନ୍ତି ସେଠାକାର ଲୋକଙ୍କୁ ମୋବାଇଲ କାରଖାନା ନିର୍ମାଣର ସ୍ୱପ୍ନ ଦେଖାଉଛନ୍ତି। ଏହି ତାଲିକାକୁ ତର୍ଜମା କଲେ ଆଜି ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ଚିତ୍ରକୂଟ ପରି ଏକାଧିକ ସ୍ଥାନରେ ରାହୁଲ ମୋବାଇଲ ନିର୍ମାଣ କାରଖାନାର ପ୍ରତିଶ୍ରୁତି ଦେଇଛନ୍ତି। ହେଲା ବାସ୍ତବରେ ଦେଖିବାକୁ ଗଲେ ବିଗତ ୭୦ବର୍ଷ ଧରି ଗାନ୍ଧି ପରିବାରର ନିର୍ବାଚନ କ୍ଷେତ୍ର ଆମେଥିରେ ଆଜି ପର୍ଯ୍ୟନ୍ତ ଏକ ଚାର୍ଜର ନିର୍ମାଣ କାରଖାନା ନିର୍ମାଣ କରି ପାରି ନାହାନ୍ତି ରାହୁଲ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଟାକ୍ଷ କରିଛନ୍ତି।
ଭାରତୀୟ ରାଜନୀତିକୁ ତର୍ଜମା କଲେ ୧୯୬୬ରୁ ଉତ୍ତରପ୍ରଦେଶର ଆମେଥି ଜିଲା କଂଗ୍ରେସ ଦଳ ଗଠନ ହେବା ପରଠାରୁ ନେହେରୁ ଓ ଗାନ୍ଧି ପରିବାର ଅକ୍ତିଆରରେ ରହିଛି। ଇନ୍ଦିରା ଗାନ୍ଧିଙ୍କଠାରୁ ଆରମ୍ଭ କରି କଂଗ୍ରେସର ଦାୟଦ ଏହି ନିର୍ବାଚନ କ୍ଷେତ୍ରରୁ ବିଜୟୀ ହୋଇ ଆସୁଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories