www.samajalive.in
Saturday, December 13, 2025
14.1 C
Bhubaneswar

ବିସ୍ଥାପିତଙ୍କୁ ଜମି ପଟ୍ଟା ସହ ବିଜୁ ପକ୍କା ଘର କାର୍ୟ୍ୟାଦେଶ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ପଞ୍ଚାୟତ ଲାମ୍ବିପାଲି ବାସିନ୍ଦାଙ୍କୁ ଜିଲାପାଳ ବିସ୍ଥାପିତ କରି ଟାଙ୍ଗରପାଲି ପଞ୍ଚାୟତର କନ୍ତଲରେ ତାଙ୍କୁ ଅସ୍ଥାୟୀ ଭାବେ ଥଇଥାନ କରିଥିଲେ। ଏହି ଲକ୍ଷମ୍ବିପାଲିରେ ଥିବା ୪୦ ପରିବାର ହୀରାକୁଦ ଜଳଭଣ୍ଡାର ତିଆରି ବେଳେ ନିଜସ୍ବ ଗ୍ରାମରୁ ବିସ୍ଥାପିତ ହୋଇ ସେଠାରେ ଦୀର୍ଘ ୭୦ ବର୍ଷ ଧରି ରହିଆସୁଥିଲେ। ହେଲେ ସେମାନେ ଆଜି ଯାଏଁ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିଲେ। ଅନ୍ୟ ପଟେ ସରକାର ଦେବ୍ରିଗଡ ଅଭୟାରଣ୍ୟ ଘୋଷିତ କରିଛନ୍ତି। ତେଣୁ ଏମାନଙ୍କୁ ବିସ୍ଥାପିତ କରି ସାମୟିକ ଭାବରେ ନାମକୁ ମାତ୍ର ଅସ୍ଥାୟୀ ଗୃହରେ ଥଇଥାନ କରାଯାଇଥିଲା। ଆଜି ଉକ୍ତ ବିସ୍ଥାପିତ ପରିବାରଙ୍କୁ ୧୦ ଡିସିମିଲ ଲେଖାଏଁ; ଜମି ପଟ୍ଟା ସହ ବିଜୁ ପକ୍କା ଘର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟାଦେଶ ତଥା ଜମି ପଟ୍ଟା ବଣ୍ଟନ କାର୍ୟ୍ୟକ୍ରମରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଉପାଧ୍ୟକ୍ଷ ଅନନ୍ତ ମେହେର, ଜିଲା ପରିଷଦ ସଭ୍ୟ ସୁଦାମ ଜାଲ, ସରପଞ୍ଚ ରୋହିଣୀ ପ୍ରଧାନ, ସମ୍ବଲପୁର ବନ୍ୟଜନ୍ତୁ ବିଭାଗର ମୁଖ୍ୟ ଅଧିକାରିଣୀ ଅଂଶୁପ୍ରଜ୍ଞା ଦାଶ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ବନାଥ ସାହୁ, ତହସିଲଦାର ସୌଭାଗ୍ୟ ବେହେରା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ, ସହକାରୀ ଯନ୍ତ୍ରୀ ଗୋପୀନାଥ କାଲୋ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନିଶିବା ମହାପାତ୍ର, ମଞ୍ଚାସୀନ ଥିଲେ।

 

- Advertisement -

ଏହା ବ୍ୟତୀତ ସମିତି ସଭ୍ୟା, ଗ୍ରାମବାସୀ, ପଞ୍ଚାୟତ ଅଧିକାରୀ, ବିଭିନ୍ନ କମିଟି, ସ୍ବୟଂ ସହାୟିକା ଗୋଷ୍ଠୀ ଉପସ୍ଥିତ ଥିଲେ। ବିସ୍ଥାପିତ ୪୦ ପରିବାର ସ୍ଥାୟୀ ଜମି ପଟ୍ଟା ପାଇ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ଉକ୍ତ ନୂତନ ସ୍ଥାନକୁ ନୂଆଁ ଲାମ୍ବିପାଲି କଲୋନୀ ବୋଲି ନାମକରଣ କରାଯାଇଛି, କିନ୍ତୁ ସ୍ଥାୟୀ ଗୃହ ନିର୍ମାଣ ହେବା ପରେ କନ୍ତଲ ଗ୍ରାମର ବାସିନ୍ଦା ରୂପେ ପରିଚିତ ହେବେ ବୋଲି ଜଣାପଡିଛି। ଏମାନଙ୍କ ପାଇଁ ଶୌଚାଳୟ,ପାନୀୟ ଜଳ ଆଦି ସମସ୍ତ ପ୍ରକାର ସୁବିଧା କରାଯାଇଛି। ଦୀର୍ଘ ବର୍ଷର ଜୀବନ ସଂଗ୍ରାମ ପରେ ଆଜି ଏହି ପରିବାରଗୁଡ଼ିକର ସ୍ଥିତି ସୁଦୃଢ ହେବାକୁ ଯାଉଛି।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories