www.samajalive.in
Friday, December 12, 2025
19.1 C
Bhubaneswar

ସ୍ୱଚ୍ଛତାକୁ ସଂକଳ୍ପରେ ପରିଣତ କରିବାକୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ସାଇକ୍ଲୋଥନ୍

ଭୁବନେଶ୍ୱର: ସ୍ୱଚ୍ଛତାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରିବା ନେଇ ଜନସାଧାରଣଙ୍କୁ ଉତ୍ସାହିତ କରିବା ଏବଂ ଏହି ଅଭିଯାନରେ ନିଜକୁ ସାମିଲ କରିବାର ମହତ ଉଦ୍ଦେଶ୍ୟରେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏକ ସାଇକ୍ଲୋଥନ୍‌ ଆୟୋଜିତ ହୋଇଯାଇଛି। ସ୍ୱଚ୍ଛତା ପଖୱଡ଼ା ଅଭିଯାନର ଅଂଶ ସ୍ବରୂପ ଏମ୍‌ସ ଭୁବନେଶ୍ୱର ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସଏଲ)ର ସହଯୋଗରେ ଏହି ସାଇକ୍ଲୋଥନ୍ ଅନୁଷ୍ଠିତ ହୋଇଥିଲା। ଏମ୍‌ସ ଭୁବନେଶ୍ୱରର ୨୭୦ରୁ ଅଧିକ ଡାକ୍ତରୀ ଛାତ୍ର, ଡାକ୍ତର ଏବଂ କର୍ମଚାରୀ ଏହି ସାଇକ୍ଲୋଥନରେ ଅଂଶଗ୍ରହଣ କରିଥିଲେ। ଏମ୍‌ସ ପରିସରରୁ ଆରମ୍ଭ ହୋଇଥିବା ଏହି ସାଇକ୍ଲୋଥନ୍‌ ଏସ୍‌ଓଏସ୍‌ ଚିଲ୍‌ଡ୍ରେନ ଭିଲେଜ୍‌ରେ ସମାପ୍ତ ହୋଇଥିଲା। ଏହା ୮ କିଲୋମିଟର ପଥ ଅତିକ୍ରମ କରିଥିଲା।
ଗତକାଲି ସକାଳେ ଏମ୍‌ସ ଭୁବନେଶ୍ୱର ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ଏହି ସାଇକ୍ଲୋଥନ୍‌କୁ ପତାକା ଦେଖାଇ ଶଭାରମ୍ଭ କରିଥିଲେ। ପରିଚ୍ଛନ୍ନତାକୁ ଏକ ସଂକଳ୍ପ ଭାବେ ପରିଣତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ନିଆରା କାର୍ୟ୍ୟକ୍ରମର ଅଂଶଗ୍ରହଣକାରୀମାନେ ସାଇକେଲ୍‌ ଚଲାଇ ସ୍ୱଚ୍ଛ ପରିବେଶ, ସର୍ବସାଧାରଣ ସ୍ଥାନଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା, ପ୍ଲାଷ୍ଟିକ ମୁକ୍ତ ଭାରତ ଆଦିର ବାର୍ତ୍ତା ପ୍ରଦାନ କରିଥିଲେ।

ପୁଲିସ୍‌ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଏସ୍‌ଓଏସ୍‌ ଶିଶୁ ଗ୍ରାମରେ ଅନୁଷ୍ଠିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମାଜରେ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିବା ତଥା ଜନସାଧାରଣଙ୍କୁ ଏନେଇ ସଚେତନ କରିବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ନିଆଯାଇଥିବା ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। ଏଥିସହିତ ରାଜ୍ୟରେ ଏହି ଜାତୀୟ ଅନୁଷ୍ଠାନ ପ୍ରଦାନ କରୁଥିବା ଅତ୍ୟାଧୁନିକ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମଧ୍ୟ କମିଶନର ଶ୍ରୀ ପ୍ରିୟଦର୍ଶୀ ବେଶ୍‌ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଓଏସ୍‌ ଶିଶୁ ଗ୍ରାମ ନିର୍ଦ୍ଦେଶକ ଅବିନାଶ କୁମାର ହୋତା, ଏମ୍‌ସ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି, କୁଳସଚିବ ବି.ବି.ମିଶ୍ର, ହସପିଟାଲ୍ ପ୍ରଶାସନ ବିଭାଗ ମୁଖ୍ୟ ତଥା କାୟାକଳ୍ପ ନୋଡାଲ୍ ଅଧିକାରୀ ଡ. ଜବାହର ଏସ୍ ପିଲ୍ଲାଇ, ଶିଶୁ ସର୍ଜରୀ ବିଭାଗର ଡ. କନିଷ୍କ ଦାସ, ଅତିରିକ୍ତ ପ୍ରଫେସର ହସ୍ପିଟାଲ୍ ପ୍ରଶାସନ ଡ(ମେଜର) ଏମ୍ ସି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏସ୍‌ଓଏସ୍‌ ଶିଶୁଗ୍ରାମର ମହାସଚିବ ସୁମନ୍ତ କର ଏହି କାର୍ୟ୍ୟକ୍ରମର ସଫଳତା କାମନା କରିବା ସହିତ ସ୍ୱଚ୍ଛତା ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories