ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟଙ୍କ ଜବାବ ତଲବ
କଟକ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ରାଜ୍ୟ ସରକାର ଓ ଏଏସଆଇକୁ ଆଜି ହାଇକୋର୍ଟ ଜବାବ ତଲବ କରିଛନ୍ତି। ଶ୍ରୀମନ୍ଦିର ଚାରିପଟେ ହେଉଥିବା ନିର୍ମାଣ, କିଏ କରୁଛି,କ’ଣ ନିର୍ମାଣ ହେଉଛି ଏବଂ ମନ୍ଦିର ପ୍ରତି ବିପଦ ଅଛି କି ନାହିଁ ଏ ସମ୍ପର୍କରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଏନେଇ ରାଜ୍ୟ ସରକାର ଓ ଏଏସଆଇକୁ ଆସନ୍ତା ୧୭ ତାରିଖ ସୁଦ୍ଧା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
Comments are closed.