www.samajalive.in
Saturday, December 6, 2025
26.1 C
Bhubaneswar

ପିତୃତ୍ୱ ସନ୍ଦେହରେ ଅତିଷ୍ଠ ହୋଇ ଛୁଆର ତଣ୍ଟି ଚିପି ହତ୍ୟା କଲା ମାଆ

ଅନୁପପୁର : ମଧ୍ୟପ୍ରଦେଶର ଅନୁପପୁର ଜିଲାରେ ଘଟିଥିବା ଏକ ଘଟଣା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଜଣେ ମାଆ ନିଜ ଦେଢ ବର୍ଷର ଶିଶୁ ପୁତ୍ରର ହତ୍ୟା କରିଛି। ଘଟଣାଟି ଜିଲାର କୋତମା ଅନ୍ତର୍ଗତ ବିଜୁରୀ ଥାନା ଅଞ୍ଚଳର।
ସୂଚନା ଅନୁଯାୟୀ ପତି ଜଣକ ନିଜ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ। ଏହି କାରଣରୁ ସେ ନିଜ ପତ୍ନୀଙ୍କୁ ଦେଢ ବର୍ଷ ଶିଶୁ ପୁତ୍ରର ଡିଏନଏ ପରୀକ୍ଷା କରିବା ପାଇଁ ଦାବି କରିଥିଲେ। ଶିଶୁ ପାଇଁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଏଥିରେ ମହିଳା ଜଣକ ରାଗି ଯାଇ ଶିଶୁ ତଣ୍ଟି ଚିପି ହତ୍ୟା କରିଥିଲେ। ପୁଲିସ ପଚରାଉଚରା କରିବାରୁ ଶିଶୁକୁ ହତ୍ୟା କରିଥିବା ନେଇ ମହିଳା ଜଣକ ସ୍ୱୀକାର କରିଛନ୍ତି।
ପୁଲିସ କହିବାନୁଯାୟୀ ଉକ୍ତ ବ୍ୟକ୍ତି ଜଣକ ଛତିଶିଗଡରେ ଠିକାଦାର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ପତ୍ନୀ ଓ ୨ ପୁଅଙ୍କ ସହ ଅନୁନପୁରରେ ରହୁଥିଲେ। ଅନେକ ସମୟ ଧରି ସାନ ପୁଅକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ସାନ ପୁଅକୁ ବ୍ୟକ୍ତି ଜଣକ ଆଦୌ ପସନ୍ଦ କରୁନଥିଲେ। ଉଭୟଙ୍କ ମଧ୍ୟରେ କଳହ ହୋଇଥିବା ବେଳେ ବ୍ୟକ୍ତି ଜଣକ କିଛି ଦିନ ହେବ ନିଜ ପତ୍ନୀଙ୍କୁ ତାଙ୍କ ଘରେ ଛାଡି ଦେଇଥିଲେ। ଶିଶୁର ଡିଏନଏ ପରୀକ୍ଷା ପାଇଁ ବାରମ୍ବାର ବ୍ୟକ୍ତି ଜଣକ ଦାବି କରୁଥିବା ବେଳେ ମହିଳା ଜଣକ ରାତି ପ୍ରାୟ ୧୧ଟାରେ ନିଜ ଦେଢ ବର୍ଷର ଶିଶୁ ପୁତ୍ରର ତଣ୍ଟି ଚିପି ହତ୍ୟା କରିଛନ୍ତି। ରାତିରେ ଶିଶୁକୁ ବେହୋସ ଅବସ୍ଥାରେ ଦେଖି ବ୍ୟକ୍ତି ଜଣକ ଡାକ୍ତର ପାଖକୁ ନେଇଥିଲେ। ମାତ୍ର ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ରିପୋର୍ଟରେ ଶିଶୁର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ନେଇ ଦର୍ଶାଯାଇଛି। ପୁଲିସ ଉଭୟ ପତିପତ୍ନୀଙ୍କୁ ଗିରଫ କରିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories