www.samajalive.in
Sunday, December 14, 2025
19.1 C
Bhubaneswar

ଦୀର୍ଘ ଦିନର ଅପେକ୍ଷା ପରେ ଟ୍ବିଟର ଆଣୁଛି ଏହି ନୂଆ ଫିଚର୍‌

ନୂଆଦିଲ୍ଲୀ: ଟ୍ବିଟର ବ୍ୟବହାରକାରୀ ଦୀର୍ଘ ଦିନ ଧରି ପ୍ଲାଟଫର୍ମରେ ଗୋଟିଏ ଖାସ୍ ଫିଚର୍‌ ପାଇଁ ଦାବି କରୁଥିଲେ। ଖୁବଶୀଘ୍ର ସେହି ଫିଚର୍‌ ଜାରି କରାଯିବ ବୋଲି ଏବେ କମ୍ପାନୀ ପକ୍ଷରୁ କୁହାଯାଇଛି। ଟ୍ବିଟରର ଏହି ଫିଚର୍‌ ଦ୍ବାରା ବ୍ୟବହାରକାରୀ ନିଜ ଟ୍ବିଟରେ ହୋଇଥିବା ଭୁଲ୍‌ ସଂଶୋଧନ କରିପାରିବେ।

ଆଜ୍ଞା ହଁ ଆମେ କହୁଛୁ ଟ୍ବିଟରର ଏଡିଟ୍‌ ବଟନ କଥା। ଏଡିଟ୍‌ ବଟନ୍‌ ଦ୍ବାରା ଆପଣ କୌଣସି ଟ୍ବିଟ୍‌ରେ ବ୍ୟାକରଣଗତ ତ୍ରୁଟି କିମ୍ବା ଭୁଲ୍‌ ଟାଇପ୍‌ ସଂଶୋଧନ କରିପାରିବେ। ଏପର୍ଯ୍ୟନ୍ତ ଏହି ଫିଚର୍‌ ନଥିବାରୁ ଟ୍ବିଟର ବ୍ୟବହାରକାରୀଙ୍କୁ ଟ୍ବିଟ୍‌ କରିବାକୁ ପଡ଼ୁଥିଲା, ନହେଲେ ଟ୍ବିଟ୍‌ ତଳେ ଏ ବିଷୟରେ ସୂଚନା ଦେବାକୁ ପଡ଼ୁଥିଲା।

- Advertisement -

ଟ୍ବିଟର ପକ୍ଷରୁ କୁହାଯାଇଛି, ଏହି ଫିଚରକୁ ପ୍ରଥମେ ଟ୍ବିଟର ବ୍ଲ୍ୟୁ ଲ୍ୟାବ୍ସରେ ପରୀକ୍ଷା କରାଯିବ। ଟ୍ବିଟର ବ୍ଲ୍ୟୁ ଲ୍ୟାବ୍ସ କମ୍ପାନୀର ସବ୍‌ସ୍କ୍ରିପସନ ସେବା, ଯେଉଁଠାରେ କମ୍ପାନୀ ନୂଆ ଫିଚରଗୁଡ଼ିକ ପରୀକ୍ଷା କରିଥାଏ। ଟ୍ବିଟର ଉପଭୋକ୍ତା ଉତ୍ପାଦର ମୁଖ୍ୟ ଜୟ ସଲିଭାନ୍‌ କହିଛନ୍ତି, ବର୍ଷ ବର୍ଷ ଧରି ୟୁଜରମାନେ ଏଡିଟ୍‌ ବଟନ୍‌ ପାଇଁ ଦାବି କରିଆସୁଥିଲେ। ଏହି ଫିଚରର ଅପବ୍ୟବହାର କରାଯାଇପାରେ। ଏଡିଟ୍‌ କରାଯାଇଥିବା ଟ୍ୱିଟ୍‌ର ସମୟ ସୀମା, ନିୟନ୍ତ୍ରଣ, ସ୍ୱଚ୍ଛତା ବିନା ଅପବ୍ୟବହାର କରାଯାଇପାରେ। ଏହାଦ୍ବାରା ସର୍ବସାଧାରଣରେ ଚାଲିଥିବା ବାର୍ତ୍ତାଳାପକୁ ମଧ୍ୟ ପରିବର୍ତ୍ତନ କରାଯାଇପାରିବ। ତେବେ ଏହା ଯେପରି ନହେବ, ତାହାହିଁ ଆମର ପ୍ରାଥମିକତା। ଏଥିପାଇଁ ଏଡିଟ୍‌ ବଟନ୍‌ ଲଞ୍ଚ୍‌ କରିବାକୁ କିଛି ସମୟ ଲାଗିପାରେ। ଏହି ଫିଚରକୁ ଭାବି ଚିନ୍ତି ଓ ଯତ୍ନର ସହ ଲଞ୍ଚ୍‌ କରାଯିବ।

ତେବେ ଗତ ସପ୍ତାହରେ ମଧ୍ୟ ଟ୍ବିଟର ଏଡିଟ୍ ବଟନ୍ ବିଷୟରେ ସୂଚନା ଦେଇଥିଲା। କିନ୍ତୁ, ଲୋକେ ଏହି ଟ୍ବିଟ୍‌କୁ ଏପ୍ରିଲ୍ ଫୁଲ୍‌ର ଥଟ୍ଟା ବୋଲି ଭାବିଥିଲେ। ବର୍ତ୍ତମାନ କମ୍ପାନୀ ନିଶ୍ଚିତ କରିଛି ଯେ, ଏହି ବାର୍ତ୍ତା ଥଟ୍ଟା ନୁହେଁ। ଗତ ବର୍ଷଠାରୁ କମ୍ପାନୀ ଏହା ଉପରେ କାମ କରୁଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories