www.samajalive.in
Saturday, December 6, 2025
26.1 C
Bhubaneswar

ଶିଶୁ କନ୍ୟାକୁ ନିଆରା ଶୈଳୀରେ ସ୍ୱାଗତ

ପୁଣେ : ଦୁନିଆରେ ଏବେ ମଧ୍ୟ ଅନେକ ସ୍ଥାନରେ ଶିଶୁ କନ୍ୟା ଜନ୍ମ ହେଲେ ମାତ୍ରେ ଅଳିଆଗଦାରେ ପକାଇ ଦେବା ହେଉ ନଚେତ୍‍ ପରିବାର ଲୋକେ ଅସନ୍ତୋଷ ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହାସହ ଶିଶୁକୁ ହତ୍ୟାକରି ଫିଙ୍ଗି ଦେଉଥିବା ଘଟଣା ମଧ୍ୟ ଘଟୁଛି।
ବର୍ତ୍ତମାନ ସମୟରେ ଅନେକ ଲୋକେ ପୁତ୍ର ସନ୍ତାନ ପାଇଁ ଇଚ୍ଛୁକ ଥିବା ବେଳେ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶିକ୍ଷଣୀୟ ସହ ସମାଜକୁ ଏକ ମହତ ବାର୍ତ୍ତା ଦେଇଛି। ମହାରାଷ୍ଟ୍ରର ପୁଣେର ଏକ ପରିବାରରେ କନ୍ୟା ସନ୍ତାନ ଜନ୍ମ ହେବା ପରେ ନିଆରା ଢଙ୍ଗରେ ଉତ୍ସବ ପାଳନ କରିଛନ୍ତି। ଭିନ୍ନ ଶୈଳୀରେ ନବଜାତକୁ ଘରକୁ ସ୍ୱାଗତ କରିଛନ୍ତି। ପୁଣେର ଶେଲଗାଁଓର ଏକ ପରିବାର ନବଜାତ ଶିଶୁ କନ୍ୟାକୁ ହେଲିକପ୍ଟର ଯୋଗେ ଘରକୁ ଆଣି ସ୍ୱାଗତ କରିଛନ୍ତି।
ଶିଶୁ କନ୍ୟାଙ୍କ ପିତା କହିଛନ୍ତି, ଆମ ପରିବାରରେ ଶିଶୁ କନ୍ୟା ଆଦୌ ନଥିଲେ। ଏହି କାରଣରୁ ଆମେ ନିଜ ଶିଶୁର ଗୃହ ପ୍ରବେଶକୁ ସ୍ୱତନ୍ତ୍ର କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିଲୁ। ଲକ୍ଷେ ଟଙ୍କା ଖର୍ଚ୍ଚ କରି ଶିଶୁକୁ ଘରକୁ ଆଣିବା ପାଇଁ ହେଲିକପ୍ଟରର ବ୍ୟବସ୍ଥା କରିଥିଲୁ। ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥିବାରୁ ଆମେ ଖୁବ ଖୁସି।

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories