ଗୁରୁଡିଝାଟିଆ: କୁମାରପୁର ଶାସନ ସ୍ଥିତ ଗୋପିନାଥଦେବ ଇଂରାଜୀ ମାଧ୍ୟମ ବିଦ୍ୟାଳୟ(ଜେମ୍ସ) ପକ୍ଷରୁ ବିଦ୍ୟାର୍ଥୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। କୃତୀ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସନ୍ତରଣଗାରକୁ ବିଦ୍ୟାଳୟର ପ୍ରତିଷ୍ଠାତା ଡାକ୍ତର ରବିନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ନିରଜାକାନ୍ତି ମହାପାତ୍ର, ସଂପାଦକ ରୋଟାରିଆନ ଶରତ କୁମାର ଖୁଣ୍ଟିଆ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୁଖ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ଭଲ ଓ ବଡ଼ ମଣିଷ ହେବା ପାଇଁ ସୁପରାମର୍ଶ ଦେଇଥିଲେ।
Popular Categories



