www.samajalive.in
Thursday, December 11, 2025
14.1 C
Bhubaneswar

ଅନନ୍ତପୁର ଗ୍ରାମରେ ଢେଲାପଥର ମାଡକୁ ନେଇ ୪ ଗିରଫ

ଗୁରୁଡିଝାଟିଆ: ବାରୁଣୀ ଯାତ୍ରାରେ ଜଣେ ଯୁବତୀଙ୍କୁ କମେଣ୍ଟ ମାରିବା ଘଟଣା ତୀବ୍ରରୂପ ନେଇ ଗୋଷ୍ଠୀ ବିବାଦରେ ପରିଣତ ହୋଇଛି। ଯାହାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ଭିତରେ ଢେଲାପଥର ମାଡ଼ ହେବା ସହ ଏକାଧିକ ଆହତ ହୋଇ ଏବେବି ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଖୁଣ୍ଟୁଣୀ ପୁଲିସ ଉଭୟ ପକ୍ଷରୁ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସୂର୍ଯ୍ୟକାନ୍ତ ଖଟୁଆ, ଭକ୍ତିଭୂଷଣ ଭଞ୍ଜ, ବାଦଲ ଭୋଇ ଓ ଯୁଗଳ କିଶୋର ଭୋଇ।

ପ୍ରକାଶ ଯୋଗ୍ୟ, ବ୍ରହ୍ମପୁରଠାରେ ବାରୁଣୀଯାତ୍ରା ସମୟରେ ଅନନ୍ତପୁର ଗ୍ରାମର ମନୋରଞ୍ଜନ ସେଠୀ ନାମକ ଯୁବକ ସେହିଗ୍ରାମର ଜଣେ ଝିଅଙ୍କୁ ଅସଦାଚରଣ ସହିତ ମାଡ ମାରିଥିଲା। ଏ ସଂପର୍କରେ ଝିଅର ପିତା ନିଜ ଗ୍ରାମରେ କହିଥିଲେ। ମାଡ ମାରିବା ଓ ଅସଦାଚରଣ କରିଥିବା ମନୋରଞ୍ଜନଙ୍କ ଘରକୁ ଘଟଣା ସଂପର୍କରେ କିଛି ପଚାରିବାକୁ ଆସିଥିବା ବେଳେ ଉଭୟପକ୍ଷଙ୍କ ଭିତରେ କଥାକଟାକଟି, ହାତାହାତି ଓ ପରେ ଢେଲାପଥର ମାଡ ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଥିଲା। ଘଟଣାସ୍ଥଳରେ ଏବେବି ଖୁଣ୍ଟୁଣୀ ପୁଲିସ ମୁତୟନ ହୋଇଛନ୍ତି। ଢେଲାପଥର ମାଡରେ ଅରୁଣ ସେଠୀ ଓ ସୌମ୍ୟରଞ୍ଜନ ସେଠୀ ପ୍ରମୁଖ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ଯୁବତୀଜଣକ ଖୁଣ୍ଟୁଣୀ ଥାନାରେ ୮୨/୨୦୨୨ରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ ମନୋରଞ୍ଜନ ଗିରଫ ଭୟରେ ଫେରାର ରହିଛି। ଅନୁରୂପ ଭାବରେ ଅଭିଯୁକ୍ତ ମନୋରଞ୍ଜନର ମାଆ ପ୍ରଭାତୀ ସେଠୀ ୮୩/୨୦୨୨ କେସ ନମ୍ବର ଅନୁଯାୟୀ ବାଡାବାଡି, ଭଙ୍ଗାରୁଜା କରିବା ନେଇ ଏକ ଅଭିଯୋଗ କରିଛନ୍ତି। ଅପରପକ୍ଷରୁ ମଧ୍ୟ ଏକ ଅଭିଯୋଗ ଆଧାରରେ ୮୪/୨୦୨୨ରେ ମୋକଦ୍ଦମା ହୋଇଛି। ଅନନ୍ତପୁର ଗ୍ରାମରେ ଏବେ ଉତ୍ତେନା ଲାଗିରହିଛି। କେତେବେଳେ ଯେ କୌଣସି ଅଘଟଣ ନଘଟିବ ତାହା କହିବା ମୁସ୍କିଲ। ସେଥିପାଇଁ ଗାଁରେ ପୁଲିସ ମୁତୟନ ହୋଇଥିବା ବେଳେ ପରିସ୍ଥିତି ପ୍ରତି ତୀକ୍ଷ୍‌ଣ ନଜର ରଖାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories