www.samajalive.in
Thursday, December 11, 2025
16.1 C
Bhubaneswar

ବିଧାୟକ ଘର ଉପରକୁ ଗୁଳି ଓ ଗ୍ରେନେଡ୍ ମାଡ, ୫ ପୁଲିସ ନିଲମ୍ବିତ

ନୂଆଦିଲ୍ଲୀ: ମିରଟ ସରଧନାର ବିଜେପି ବିଧାୟକ ସଙ୍ଗୀତ ସୋମଙ୍କ ଘର ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବୁଧବାର ବିଳମ୍ବିତ ରାତିରେ ବିଧାୟଙ୍କ କେଣ୍ଟସ୍ଥିତ ଘର ଉପରକୁ ଦୁର୍ବୃତ୍ତମାନେ ପ୍ରଥମେ ଗୁଳିମାଡ କରିଥିଲେ ଓ ପରେ ଗ୍ରେନେଡ୍ ପକାଇ ସେଠାରୁ ଫେରାର ହୋଇଯାଇଥିଲେ। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।

ସେଠାରେ କାର୍ଯ୍ୟରତ ଗାର୍ଡଙ୍କ ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ୪୫ ମିନିଟ୍ ସମୟରେ ଗେଟ୍ ନିକଟରେ ଏକ ସ୍ବିପ୍ଟ କାରରେ ପହଞ୍ଚିଥିଲା । କଳା ରଙ୍ଗର ପୋଷାକ ପିନ୍ଧିଥିବା ବନ୍ଧୁକଧାରୀ ଜଣେ ଦୁର୍ବୃତ୍ତ କାରରୁ ଓହ୍ଲାଇ ଘର ଉପରକୁ ଆଖିବୁଜା ଗୁଳି ଚଳାଇଥିଲା । ଏମାନେ ପ୍ରାୟ ୪ ରାଉଣ୍ଡ ଗୁଳି ଚାଳନା କରିଥିବା ଅନୁମାନ କରାଯାଉଛି । ଗାର୍ଡ ଏହାର ପାଲଟା ଜବାବ ଦେବା ପୂର୍ବରୁ ଦୁର୍ବୃତ୍ତ ଜଣଙ୍କ ଏକ ଗ୍ରିନେଡ୍ ଫିଙ୍ଗି ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଗ୍ରେନେଡ୍ ଟି ଯାଇ ବିଧାୟକଙ୍କ ଗାଡି ତଳେ ପଡିଥିଲା । ହେଲେ ତାହା ବିସ୍ଫୋରଣ ହୋଇ ନଥିଲା ବୋଲି ଗାର୍ଡ କହିଛନ୍ତି ।

- Advertisement -

ଏହି ଘଟଣା ପୁଲିସ ଓ ପ୍ରଶାସନର ନିଦ ହଜାଇ ଦେଇଛି । କର୍ତ୍ତବ୍ୟ ଅବହେଳାରୁ ୫ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ଫୋରେନସିକ ଟିମ୍ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ଖୋକା ସହ ଅଫୁଟା ଗ୍ରେନେଡ୍ ଜବତ ହୋଇଛି ବୋଲି ଏସଏସପି ଅଖିଳେଶ କୁମାର କହିଛନ୍ତି । ଏହି ଘଟଣା ପରେ ବିଧାୟକଙ୍କ ଘରେ ପୁଲିସ ମୁତୟନ କରାଯାଇଛି ।

ଏହି ଘଟଣା ପରେ ବିଧାୟକ ସଙ୍ଗୀତ ସୋମ କହିଛନ୍ତି ଯେ, କୌଣସି ସୂତ୍ରରୁ ମୋତେ ଧମକ ମିଳି ନାହିଁ । କିନ୍ତୁ ଦୁଇ ବର୍ଷ ପୂର୍ବେ ଏକ ଫୋନ୍ କଲ ଆସିଥିଲା, ଯେଉଁଥି​‌ରେ ଗ୍ରେନେଟ୍ ଆକ୍ରମଣରେ ହତ୍ୟା କରାଯିବ ବୋଲି କୁହାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories