ରୋଷେଇ ବେଳେ ପୋଡ଼ିଗଲେ ଛାତ୍ରୀ

0

ଭଦ୍ରକ : ହରିପୁର ଅନ୍ତର୍ଗତ ଜେନାସାହି ଗ୍ରାମରେ ଗୁରୁବାର ରୋଷେଇ କରୁଥିବା ସମୟରେ ଜଣେ ବାଳିକା ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ, ରଞ୍ଜନ ଜେନାଙ୍କର ୧୪ ବର୍ଷୀୟ ଝିଅ ପୁଜାରାଣୀ ଜେନା ଏଲ୍‍ପିଜି ଗ୍ୟାସ୍‍ରେ ରୋଷେଇ କରୁଥିବା ବେଳେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ବାପା ରଞ୍ଜନ ମଧ୍ୟ ଗୁରୁତର ହୋଇଛନ୍ତି।
ପୂଜାରାଣୀ ସାତଭଉଣୀ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଥିଲେ।

Leave A Reply