www.samajalive.in
Wednesday, December 10, 2025
23.1 C
Bhubaneswar

ଚାଷୀଙ୍କ ଅଭିଯୋଗ ନ ଶୁଣିବାରୁ ଅଫିସ ଭିତରେ ପଶି ତହସିଲଦାରଙ୍କ ମାଡ଼

ପଟ୍ଟାମୁଣ୍ଡାଇ: ତହସିଲ ଅଫିସରେ ପଶି ତହସିଲଦାରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ତହସିଲଦାରଙ୍କ ଅଫିସରେ ପଶି ଦୁଇଜଣ ବ୍ୟକ୍ତି ତହସିଲଦାରଙ୍କୁ ପିଟିଥିବା ଅଭିଯୋଗ କରାଯାଇଛି। ତହସିଲଦାର ଦୀଲିପ ସେଠୀଙ୍କୁ ବିଧା ଓ ଗୋଇଠା ମାରିଥିବା ସୂଚନା ମିଳିଛି।

 

- Advertisement -

ମିଳିଥିବା ସୂଚନା ଅନୁଯାୟୀ ଚାଷ ଜମିରେ ଇଟାଭାଟିକୁ ନେଇ ଅସନ୍ତୋଷ ଥିବା ତହସିଲଦାରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କଣିପାଳ ଗାଁରେ ଚାଷଜମିରେ ଇଟାଭାଟିକୁ ନେଇ ଅସନ୍ତୋଷ ଥିଲା। ଇଟାଭାଟିକୁ ବିରୋଧ କରି କିଛି ଚାଷୀ ଧାରଣା ଦେଇଥିଲେ। ଚାଷୀଙ୍କ ଧାରଣା ସତ୍ତ୍ବେ ତହସିଲଦାର ସେମାନଙ୍କର କୌଣସି ଅଭିଯୋଗ ଶୁଣି ନଥିବା ପ୍ରକାଶ କରାଯାଇଛି। ଏହି ଘଟଣାକୁ ନେଇ ଚାଷୀମାନେ ଉତ୍ୟକ୍ତ ହୋଇଥିଲେ। ଏହି ଘଟଣାକୁ ନେଇ ଗ୍ରାମରେ ଅସନ୍ତୋଷ ଲାଗି ରହିଥିବାବେଳେ ସେହି ଗ୍ରାମର ଦୁଇଜଣ ବ୍ୟକ୍ତି ତହସିଲଦାରଙ୍କୁ ମାଡ଼ ମାରିଥିବା ଜଣାଯାଇଛି। ତହସିଲଦାରଙ୍କୁ ମାଡ଼ ମାରି ତାଙ୍କୁ ଅଫିସରେ ଅଟକ ରଖିଥିବା ସୂଚନା ମିଳିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories