www.samajalive.in
Monday, December 8, 2025
24.1 C
Bhubaneswar

୬ମାସହେଲା ମିଳୁନି ପାଣି, ଜଳକଷ୍ଟ ଭୋଗୁଛନ୍ତି ୭୦ପରିବାର

ହରଭଙ୍ଗା: ଖରାଦିନ ଆସିଲା ମାତ୍ରେ ପ୍ରାୟତଃ ସବୁସ୍ଥାନରେ ପାଣି ସମସ୍ୟା ଦେଖିବାକୁ ମିଳୁଛି। କେଉଁଠି ଜଳ ପ୍ରକଳ୍ପ ଥାଇ ମଧ୍ୟ ଲୋକଙ୍କୁ ବର୍ଷ ବର୍ଷ ଧରି ପାଣି ଟୋପାଏ ମିଳୁନି ତ, ଆଉ କେଉଁଠି ନଳକୂପରୁ ପାଣି ବାହାରୁନଥିବା ଭଳି ଚିତ୍ର ଦିନକୁ ଦିନ ଗ୍ରାମାଞ୍ଚଳ ପାଣି ସମସ୍ୟାକୁ ଜଟିଳ କରିସାରିଲାଣି। ଖରାପ୍ରାରମ୍ଭରୁ ଜଳକଷ୍ଟ ଗାଁ ଲୋକଙ୍କ ପିଇବା ପାଣି ସମାସ୍ୟାକୁ ଡହଳବିକଳ କଲାଣି। ଏଭଳି ଏକ ଚିତ୍ର ବୌଦ୍ଧଜିଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତର ଭଗାମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି। ପ୍ରକାଶ ଯେ କୁଶଙ୍ଗ ପଞ୍ଚାୟତର ଭଗାମୁଣ୍ଡା ଗ୍ରାମର ଦଳୁଆ ସାହି, ତଇଳା ସାହି, କୋଡା ସାହିରେ ୧୭୦ ପରିବାରରେ ପାଖାପାଖି ୭ଶହରୁ ଅଧିକ ଲୋକ ବସବାସ କରନ୍ତି। ବହୁଦିନରୁ ଏହି ଗ୍ରାମରେ ପାଣି ସମସ୍ୟା ରହିଛି।ପାଣି ସମସ୍ୟା ଦୂର କରିବା ପାଇଁ ଗତ ୨୦୧୦-୧୧ ମସିହାରେ ଏଠାରେ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲା।

 

- Advertisement -

ପାଣି ପାଇଁ ବୋରେଓଲ କୂଅ ଠାରୁ ଆରମ୍ଭ କରି ପାଇପ୍ ବିଛା କାର୍ଯ୍ୟ ସହିତ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ସାଙ୍ଗକୁ ବିଦ୍ୟୁତ୍ ସଂଯୋଗ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟସରିଲା।କିନ୍ତୁ ହାତଗଣତି କେତେଦିନ ଲୋକଙ୍କୁ ପାଣି ମିଳିବା ପରେ ଗତ ଛଅମାସହେଲା ପ୍ରକଳ୍ପରୁ କନ୍ଧତଇଳାସାହି ଏବଂ କୋଡାସାହି ଲୋକଙ୍କୁ ପାଣିଟୋପାଏ ମିଳୁନାହିଁ।ଫଳରେ ଏହି ଦୁଇ ସାହିରେ ବସବାସକରୁଥିବା ୭୦ଟି ପରିବାର ଲୋକେ ପିଇବା ପାଣିରୁ ବଞ୍ଚିତ ହୋଇରହିଥିବା ବସ୍ତିବାସିନ୍ଦା ଶୁଶାନ୍ତ ପ୍ରଧାନ, ରଞନ ମୁଣ୍ଡା,ଯୋଗୀ ମୁଣ୍ଡା, ନୀଳମଣି ହାତୀ, ରବି ହାତୀ,ସୋମନାଥ ଧଳ, ନିର୍ମଳ ବେହେରା, ପ୍ରମୁଖ ଅଭିଯୋଗ କରିଛନ୍ତି।ସେହିପରି ଦଳୁଆ ସାହି ଲୋକଙ୍କୁ ଠିକଭାବେ ପାଣି ମିଳୁନଥିବା ମଧ୍ୟ ଅଭିଯୋଗ ହୋଇଛି। ସମସ୍ୟାକୁ ନେଇ ହରଭଙ୍ଗା ବିଡିଓଙ୍କଠାରୁ ଆରମ୍ଭକରି ପଞ୍ଚାୟତ କତୃପକ୍ଷଙ୍କ ପ୍ରତିବର୍ଷ ଦୃଷ୍ଟି ଆକର୍ଷଣ ପରେ ବି କୌଣସି ସୁଫଳ ମିଳୁନଥିବା ସାହି ଲୋକେ ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଉପରୁ ଅସ୍ଥା ତୁଟାଇଦେଇଥିବା ଅଭିଯୋଗ କରିଛନ୍ତି।ତୁରନ୍ତ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବା ସହିତ ପାଣି ସମସ୍ୟା ଦୂର ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମାଜସେବୀ ଭିକାରୀ ଚରଣ ବାଈ ଦାବୀ କରିଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories