www.samajalive.in
Friday, December 12, 2025
16.1 C
Bhubaneswar

ଇସ୍ତଫା ଦେଲେ ଅଭିନେତା ୱିଲ୍‌ ସ୍ମି‌ଥ୍‌

ନୂଆଦିଲ୍ଲୀ: ଇସ୍ତଫା ଦେଲେ ଆମେରିକୀୟ ଅଭିନେତା ୱିଲ୍‌ ସ୍ମି‌ଥ୍‌ । ଏକାଡେମୀ ଅଫ ମୋସନ୍‌ ପିକଚର୍‌ ଆର୍ଟ୍ସ ଆଣ୍ଡ ସାଇନ୍ସ ସଦସ୍ୟରୁ ୱିଲ୍‌ ସ୍ମି‌ଥ୍‌ ଇସ୍ତଫା ଦେଇଥିବା ଜଣାପଡ଼ିଛି । ପୂର୍ବରୁ ଓସ୍କାର ଉତ୍ସବରେ ହାସ୍ୟ ଅଭିନେତା କ୍ରିସ୍‌ ରକଙ୍କୁ ଚାପୁଡ଼ା ମାରି ବିବାଦୀୟ ହୋଇଥିଲେ ୱିଲ୍‌ । ଏନେଇ କିଛି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଘଟଣାକୁ ନେଇ ୱିଲ୍‌ ସ୍ମି‌ଥଙ୍କୁ ଶୃଙ୍ଖଳା କମିଟି ନୋଟିସ୍‌ କରିଥିଲା । ଶୃଙ୍ଖଳା କମିଟିର ନୋଟିସ ପରେ ସଦସ୍ୟ ପଦରୁ ୱିଲ୍‌ ସ୍ମି‌ଥ୍‌ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଏନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ୱିଲ୍‌ ସ୍ମି‌ଥ୍‌ । ୱିଲ୍‌ କହିଛନ୍ତି ମୋର ନିଜର ହୀନ କାର୍ଯ୍ୟ ପାଇଁ ମୁଁ ଅନୁତାପ କରୁଛି । ଏଥିପାଇଁ  ଯେଉଁ ଦଣ୍ଡ ମତେ ଦିଆଯିବ ତାହାକୁ ମୁଁ ମାନିବାକୁ ପ୍ରସ୍ତୁତ ରହଛି । ତେବେ​‌ ଶେଷରେ ସୂଚନା ଥାଉକି ନିକଟରେ ଶ୍ରେଷ୍ଠ ଅଭିନେତା ଭାବେ ୱିଲ୍‌ ସ୍ମି‌ଥ୍‌ ଓସ୍କାର ପୁରସ୍କାର ପାଇଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories