www.samajalive.in
Thursday, December 11, 2025
18.1 C
Bhubaneswar

ରାଜଘାଟରୁ ଗାନ୍ଧୀ ଶାନ୍ତି ସଦ୍‍ଭାବନା ଜ୍ୟୋତିଯାତ୍ରା ଉଦ୍‌ଘାଟିତ

ନୂଆଦିଲ୍ଲୀ : ସମାଜରେ ସତ୍ୟତା ଥିବା ପର୍ଯ୍ୟନ୍ତ ଗାନ୍ଧିଜୀ ଲୋକଙ୍କ ହୃଦୟରେ ରହିଥିବେ। ସ୍ଥାନୀୟ ରାଜଘାଟ ଠାରେ ଓଡ଼ିଶା ଗାନ୍ଧୀବାଦୀ ଫୋରମ୍‌ ପକ୍ଷରୁ ଆୟୋଜିତ ଗାନ୍ଧୀ ଶାନ୍ତି ସଦଭାବନା ଜ୍ୟୋତି ଯାତ୍ରାର ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଗାନ୍ଧିଜୀଙ୍କ ନାତୁଣି ତାରା ଗାନ୍ଧୀ ଭଟ୍ଟାଚାର୍ଯ୍ୟ।
ଗାନ୍ଧୀବାର୍ତ୍ତାକୁ ରାଜ୍ୟର ଘରେ ଘରେ ପହଞ୍ଚାଇବା ପାଇଁ ଫୋରମର ଉଦ୍ୟମକୁ ପ୍ରଶଂସା କରିଛନ୍ତି ଶ୍ରୀମତୀ ତାରା ଗାନ୍ଧୀ। ଏହି ଅବସରରେ ଓଡ଼ିଶା ଗାନ୍ଧୀବାଦୀ ଫୋରମ ମହାତ୍ମାଙ୍କ ସମାଧିପୀଠ ରାଜଘାଟରୁ ଏକ କଳସରେ ମାଟି ସଂଗ୍ରହ କରି ଗାନ୍ଧୀଜୟନ୍ତୀରୁ ପ୍ରସ୍ତାବିତ ଗାନ୍ଧୀ ଶାନ୍ତି ସଦ୍‌ଭାବନା ଜ୍ୟୋତି ଯାତ୍ରା ପାଇଁ ଗାନ୍ଧୀ ଜ୍ୟୋତିକୁ ଶ୍ରୀମତୀ ଗାନ୍ଧୀ ଫୋରମ୍‌ର ଅଧ୍ୟକ୍ଷା ଡକ୍ଟର ରୀନା ରାଉତରାୟଙ୍କୁ ହସ୍ତାନ୍ତର କରିଛନ୍ତି। ପ୍ରସ୍ତାବିତ ଗାନ୍ଧୀ ଶାନ୍ତି ସଦଭାବନା ଜ୍ୟୋତି ଯାତ୍ରାକୁ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଉଦ୍‍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଏବଂ ରାଜ୍ୟର ସମସ୍ତ ଜିଲାରେ ଗାନ୍ଧୀ ଜ୍ୟୋତି ରଥ ପରିକ୍ରମା କରି ଶେଷରେ କଟକ ସ୍ଥିତ ସ୍ୱରାଜ ଆଶ୍ରମରେ ନଭେମ୍ବର ୬ରେ ଉଦ୍‌ଯାପନ ହେବ ବୋଲି ରୀନା ସୂଚନା ଦେଇଛନ୍ତ।
କାର୍ଯ୍ୟକ୍ରମରେ ଭାରତୀୟ ନିର୍ବାଚନ ଆୟୋଗର ଉପଦେଷ୍ଟା ଭଗବାନ ପ୍ରକାଶ, ଫୋରମ ଟ୍ରଷ୍ଟି ଜ୍ଞାନରଞ୍ଜନ ସାମନ୍ତରାୟ ଓ ବିଶ୍ୱଜିତ ସୂର୍ଯ୍ୟବଂଶୀ, ଉପଦେଷ୍ଟା ଦେବେନ୍ଦ୍ର ରାଉତ, କସ୍ତୁରବା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟର ନ୍ୟାସୀ ସୁକନ୍ୟା ଭରତ୍ରମ, ହରିଜନ ସେବକ ସଂଘର ଟ୍ରଷ୍ଟି ଲକ୍ଷ୍ମୀ ଦାସ, ସେଣ୍ଟର ଫର ସୋସିଆଲ ଚେଞ୍ଜ ଅଧ୍ୟକ୍ଷା ରୀତା ନାୟକ, ସୁପ୍ରିମକୋର୍ଟର ଆଇନଜୀବୀ ସଞ୍ଜିବ ପାଣିଗ୍ରାହୀ, ରାଧାକାନ୍ତ ତ୍ରିପାଠୀ ଓ ବିଶ୍ୱରଞ୍ଜନ ପରମଗୁରୁ ସମେତ ସୁର୍ଯ୍ୟ ମିଶ୍ର, ଅଜୟ ମିଶ୍ର, ଆର୍ଯ୍ୟଭଟ୍ଟ ମହାନ୍ତି, ନମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories