www.samajalive.in
Thursday, December 11, 2025
18.1 C
Bhubaneswar

ଲୋକକଳା ଜଣାଇବ ଯୋଜନାର ସୁଫଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ଓଡ଼ିଶାର ଜନସାଧାରଣ ଯେଭଳି ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ନେଇ ଟିକିଏ ବି ଚିନ୍ତା ନକରିବେ ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଣୟନ ହୋଇଛି। ଏହାର ଉପକାରିତା କ’ଣ ସେ ସମ୍ପର୍କରେ ସବୁ ଲୋକଙ୍କୁ ଟିକିନିଖି ବୁଝାଇବା ଲାଗି ଗୁରୁବାର ଦୁଇ ପ୍ରକାର ସଚେତନତା କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଜୁ ସଚେତନତା ରଥ ଗଞ୍ଜାମ, ଖୋର୍ଦ୍ଧା, ସମ୍ବଲପୁର,ସୁନ୍ଦରଗଡ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, କଟକ ଓ ବଲାଙ୍ଗୀର ଭଳି ୧୦ଟି ଜିଲାରେ ପରିକ୍ରମା କରି ସାଧାରଣ ଲୋକଙ୍କୁ ଯୋଜନାର ଉପକାରିତା ନେଇ ବୁଝାଇବ। ଏହି ସଚେତନତା କାର୍ଯ୍ୟକ୍ରମ ଆଗାମୀ ତିନିମାସ ପର୍ଯ୍ୟନ୍ତ ଚାଲୁ ରହିବ। ଏହାସହିତ ଲୋକକଳା ମାଧ୍ୟମରେ ଗାଁ ଗଣ୍ଡାରେ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାର ଉପକାରିତା ସମ୍ପର୍କରେ ଅବଗତ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସଚେତନତା କାର୍ଯ୍ୟକ୍ରମ ଅନ୍ୟ ସବୁ ଜିଲାକୁ ସଂପ୍ରସାରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଗୁରୁବାର ସଚିବାଳୟରେ ସଚେତନତା ରଥକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଯୋଜନା ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ୪୫ଲକ୍ଷ ଲୋକଙ୍କୁ ଏହାର ସୁଫଳ ମିଳିଛି। ଆଗାମୀ ଦିନରେ ଓଡ଼ିଶାବାସୀ ଯେଭଳି ଏହାର ସୁଫଳ ପାଇବେ ସେନେଇ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ସଚେତନତା ରଥ ସହିତ ଲୋକକଳା ଭଳି ଏକ ବଳିଷ୍ଠ ପ୍ରଚାର ମାଧ୍ୟମରେ ଜିଲା ଲୋକକଳା ସଂଘ, ବ୍ଲକ୍‍ ଲୋକକଳା ସଂଘ ଓ ସହରାଞ୍ଚଳ ଲୋକକଳା ସଂଘ ସଦସ୍ୟମାନେ ବୋଧଗମ୍ୟ ଭାଷା ଓ ଅଭିନୟ ମାଧ୍ୟମରେ ଏହି ଯୋଜନା ସଂପର୍କରେ ପ୍ରଚାର ପ୍ରସାର କରିବେ। ଏହା ସ୍ଥାନୀୟ ସମୃଦ୍ଧ ଲୋକକଳାର ପାରଦର୍ଶିତା ବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ। ଏହି ଯୋଜନାରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଜାତି,ଧର୍ମ,ବର୍ଣ୍ଣ,ଆୟ ଏବଂ ବାସ ସ୍ଥାନ ନିର୍ବିଶେଷରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭକରି ଜିଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓଡିଶାର ୭୦ ଲକ୍ଷ ପରିବାରଙ୍କ ନିମନ୍ତେ ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରାଯିବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାର ଏକ ଐତିହାସିକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
ଏହି ଅବସରରେ ବିଜେପି ପକ୍ଷରୁ ଜନଜାଗରଣ କାର୍ଯ୍ୟକ୍ରମ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଆୟୁଷ୍ମାନ ଯୋଜନା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନଥିବାବେଳେ ବିଜୁ ଯୋଜନାରେ ୪୫ଲକ୍ଷ ଲୋକଙ୍କୁ ସେବା ଯୋଗାଇ ଦିଆଯାଇ ସାରିଲାଣି। ଏଥିରେ ମାଗଣାରେ ଲୋକଙ୍କୁ ସେବା ମିଳିବ। ମାତ୍ର ଆୟୁଷ୍ମାନ ଯୋଜନାରେ ରୋଗୀ ଡାକ୍ତରଖାନାରେ ଆଡମିଶନ ହେଲେ ଯାଇ ତାକୁ ସେବା ମିଳିବ। ମହିଳାମାନଙ୍କୁ ରାଜ୍ୟ ସରକାର ୭ଲକ୍ଷ ଟଙ୍କାର ସେବା ଯୋଗାଇବା ସହିତ ବହୁ ସୁବିଧା ରହିଛି, ଯାହାକି ଆୟୁଷ୍ମାନ ଯୋଜନାରେ ନାହିଁ। ସରକାର ଏହି ମଙ୍ଗଳକାରୀ ଯୋଜନାକୁ ନେଇ ବିଜେପିର ଅସହିଷ୍ଣୁତା ବଢ଼ି ଯାଇଛି। ତେଣୁ ସେ ଜନଜାଗରଣ କରୁ କିମ୍ବା ଆଉ ଯାହା କଲେ ବି ସରକାରଙ୍କୁ କିଛି ଫରକ ପଡ଼ିବ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ଶୁଭାରମ୍ଭ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନସଚିବ ଡା. ପ୍ରମୋଦ କୁମାର ମେହେର୍ଦା , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ ଏବଂ ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ହରିବଲ୍ଲଭ ମିଶ୍ର, ଯୁଗ୍ମ ଶାସନ ସଚିବ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories