www.samajalive.in
Saturday, December 6, 2025
19.1 C
Bhubaneswar

ପୁଅର ମୃତ୍ୟୁ ଶୋକରେ ବିଷ ପିଇ ଜୀବନ ହାରିଲେ ବାପା-ମା’

ଯାଜପୁର : ଯାଜପୁର ଜିଲା ବିଂଝାରପୁର ବ୍ଲକ ଉଡ୍ରଙ୍ଗ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ୮ ବର୍ଷର ପୁଅର ମୃତ୍ୟୁ ପରେ ବାପାମା’ ବିଷପିଇ ଆତ୍ମହତ୍ୟା କରିଛନ୍ତି। ବିଝାଂରପୁର ଥାନା ଅର୍ନ୍ତଗତ ଉଡ୍ରଙ୍ଗ ପଞ୍ଚାୟତର କୁରି ସାହିର ପ୍ରଦୀପ ଓ ପ୍ରଭାତୀ ଯେନାଙ୍କ ଏକମାତ୍ର ପୁଅ ଓମ କିଛିଦିନ ହେଲା ରକ୍ତଶିକୁଳି ରୋଗରେ ପୀଡିତ ଥିଲା। ପ୍ରତି ଏକ ମାସରେ ଥରେ ଓମକୁ ରକ୍ତ ଦିଆଯାଉଥିଲା। ସୋମବାର ଅବସ୍ଥା ଗୁରୁତର ହେବାରୁ ବାପା ମା’ କଟକ ବଡମେଡିକାଲ ଆଇସିୟୁରେ ଭର୍ତ୍ତି କରିଥିଲେ। ହେଲେ ଭାଗ୍ୟର ବିଡମ୍ବନା ଓମ୍‍ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବାପାମା’ ମୃତଦେହକୁ ଧରି ଗଁାକୁ ଫେରିଥିଲେ। ପୁଅର ସତ୍କାର ପରେ ମାନସିକ ଭାରସାମ୍ୟ ହରାଇ ବୁଧବାର ଉଭୟ ପ୍ରଦୀପ ଏବଂ ପ୍ରଭାତୀ ବିଷ ପିଇ ଦେଇଥିଲେ। ସେମାନେ ବିଳମ୍ବିତ ସମୟ ଯାଏ ଘର କବାଟ ନ ଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ମେଡିକାଲ ନିଆଯାଇଥିଲା; ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories