www.samajalive.in
Saturday, December 13, 2025
26.1 C
Bhubaneswar

କୁଶପଙ୍ଗି ଉଚ୍ଚବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ବାଙ୍କୀ: ବାଙ୍କୀ ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ କୁଶପଙ୍ଗି ଉଚ୍ଚବିଦ୍ୟାଳୟରେ ଶୁକ୍ରବାର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ କାହ୍ନୁଚରଣ ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ କରି ମହାପୁରୁଷମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦିବସର ଅନୁଚିନ୍ତା ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ର ଆଶୁତୋଷ ରାଉତ, ସମରେଶ ବେଉରା, ପ୍ରତୀକ୍ଷା ବେଉରା, ଶ୍ରୀୟାସ୍ତୁତି ବେଉରା, କୀର୍ତ୍ତୀସୁମନ ପରିଡା, ଶୁଭ୍ରଜିତ ସାମଲ ଉତ୍କଳ ଦିବସ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୋମନାଥ ପରିଜା, ଅଶୋକ କୁମାର ବେଉରା, ମୁରଲିଧର ମହାରଣା ପ୍ରମୁଖ ଜାତୀୟ ଦିବସ ସମ୍ପର୍କରେ ବକ୍ତବ୍ୟ ରଖି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଓ ଭାଷା ଭିତ୍ତିକ ଆନ୍ଦୋଳନର ମୁଖ୍ୟ ପୁରୋଧାମାନଙ୍କର ସ୍ମୃତି ଚାରଣ କରିଥିଲେ। ବରିଷ୍ଠ ଶିକ୍ଷକ ବିଶ୍ୱମୋହନ କରଙ୍କ ସଞ୍ଚାଳନରେ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ସମାରୋହ ପାଳିତ ହୋଇଛି। କାଶୀନାଥ ସାମଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସେହିପରି ଏହି ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ବିଭିନ୍ନ ବିଦ୍ୟାଳୟ ପରି ସ୍ଥାନୀୟ ବାଙ୍କୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଓଡ଼ିଶା ଦିବସ ପାଳିତ ହୋଇଛି। ଶିଶୁ ମନ୍ଦିରର ବିଦ୍ୟାର୍ଥି, ଗୁରୁଜୀ ଗୁରୁମାମାନେ ଉପସ୍ଥିତ ରହି ଉତ୍କଳ ଦିବସ ପାଳନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories