ବାଙ୍କୀ: ୮୭ତମ ଓଡ଼ିଶା ଦିବସ ପାଳନ ଅବସରରେ ବାଙ୍କୀ ବ୍ଲକ ଅଧିନ ବାଉଁଶପୁଟ ପଞ୍ଚାୟତର ପାଳପୁଟଠାରେ ଏକ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପାଳପୁଟ ଗ୍ରାମର କାଳିଆ କ୍ଲବରେ ଆୟୋଜନ ହୋଇଥିବା ଜୀବନ ବିନ୍ଦୁ ରକ୍ତଦାନ ଶିବିରକୁ ଶୁକ୍ରବାର ସକାଳେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦ୍ଦ୍ଘାଟନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପ୍ରେସକ୍ଲବର ସମ୍ପାଦକ ସୁବାଷ ପାଢୀ, ବାଉଁଶପୁଟ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ବବିଲାଲ୍ ଦଳେଇ, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ବଳ ଏବଂ ସମାଜସେବୀ ବିରଞ୍ଚି ଦଳେଇ ପ୍ରମୁଖ ଯୋଗଦେଇ ଆୟୋଜକ ଅନୁଷ୍ଠାନକୁ ରକ୍ତଦାନ ପରି ମହତ ଦାନକୁ ସଞ୍ଚାଳନ କରୁଥିବାରୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଆୟୋଜିତ ସଭାକୁ ଉପଦେଷ୍ଟା ବିକ୍ରମ ସାମନ୍ତସିଂହାର ପରିଚାଳନା କରିଥିଲା ବେଳେ ସଭାପତି ଜିତେନ୍ଦ୍ର କୁମାର ରାଉତ, ସମ୍ପାଦକ ସୁନିଲ କୁମାର ପଲ୍ଲେଇ ଏବଂ କ୍ଲବର ସଦସ୍ୟମାନଙ୍କ ପରିଚାଳନାରେ ରକ୍ତଦାନ ଶିବିର ସଞ୍ଚାଳିତ ହୋଇ ୧୧୯ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।
Popular Categories



