www.samajalive.in
Sunday, December 14, 2025
26.1 C
Bhubaneswar

ରାଜପଥରେ ବାଇକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ପାଟଣା :  ଢେଙ୍କିକୋଟ ସନ୍ନିକଟ ଟିକିରାରେ ଭଡ଼ାଘରେ ରହି ଦଶମ ଶ୍ରେଣୀରେ ପଢୁଥିବା ଦୁଇ ଜଣ ଛାତ୍ର ଘର ମାଲିକଙ୍କ ଅନୁପସ୍ଥିତିରେ ତାଙ୍କ ବାଇକ ନେଇ ଟିକିରାରୁ ସୀତାନଦୀ କୁ ଗାଧେଇବାକୁ ଯାଉଥିବା ସମୟରେ ଗୁରୁବାର ୨୨୦ନଂ ଜାତୀୟ ରାଜପଥରେ କପାସପଡା ବୁଲାଣି ରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୁଲାଣି ସୁରକ୍ଷା ବାଡ଼ରେ ବାଡେଇ ହୋଇ ଜଣେ ଛାତ୍ରଙ୍କର ପାଦ ପାଖରୁ ଛିଡ଼ିଯିବା ସହ ମୁଣ୍ଡର ଖପୁରୀ ଉଠି ଯାଇଥିଲା। ଘଟଣା ସ୍ଥଳରେ ସେହି ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ମୃତ ଛାତ୍ର ଜଣକ ପାଟଣା ବ୍ଲକ ବାଉଁଶୁଳୀ ଗ୍ରାମର କୁର୍ତ୍ତିବାସ ନାୟକଙ୍କ ପୁଅ ଦେବେଶ କୁମାର ନାୟକ (୧୬) ବୋଲି ଜଣାପଡ଼ିଛି। ଗୁରୁତର ଛାତ୍ର ଜଣକ କେନ୍ଦୁଝର ମାଇନିଙ୍ଗ ରୋଡର କୁଷ୍ଣ ଥାପାଙ୍କ ପୁଅ ରଣଜୀତ ଥାପା (୧୬) ବୋଲି ଜଣାପଡିଛି। ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଛି। ଦୁର୍ଘଟଣା ପରେ ଉଭୟଙ୍କୁ ୧୦୮ ଯୋଗେ କେନ୍ଦୁଝର ଡାକ୍ତରଖାନା ନିଆଯାଇଥିଲା। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ କେନ୍ଦୁଝର ଯାଇ ମୃତକଙ୍କର ଶବ ବ୍ୟବଚ୍ଛେଦ କରାଇଛନ୍ତି। ଦୁର୍ଘଟଣା ଗ୍ରସ୍ତ ବାଇକକୁ ପୁଲିସ ଜବତ କରିଛି। ମୃତ ଛାତ୍ର ଦେବେଶ ମୁଦ୍ରବେଡା ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଗୁରୁତର ରଣଜୀତ ଏକ ଘରୋଇ ବିଦ୍ୟାଳୟରେ ଦଶମରେ ପଢୁଛନ୍ତି। ଉଭୟ ଅନ୍ୟ କିଛି ଛାତ୍ରଙ୍କ ସହ ଟିକିରାରେ ଭଡାଘରେ ରହି ଆସୁଥିବାବେଳେ ଆଜିର ଅଘଟଣ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories