www.samajalive.in
Saturday, December 13, 2025
26.1 C
Bhubaneswar

ଚିଲିକା ବୁଲିବେ ମନ୍ତ୍ରୀ ଓ ବିଧାୟକ

ଡେସ୍କ: ଆସନ୍ତା ଏପ୍ରିଲ୍‍ ମାସ ୧୫ରେ ସମସ୍ତ ମନ୍ତ୍ରୀ ଓ ବିଧାୟକ ଚିଲିକା ବୁଲିବାକୁ ଯିବେ। ବିଧାନସଭା ପକ୍ଷରୁ ଏ ନେଇ ବ୍ୟବସ୍ଥା କରାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏ ନେଇ ବିଧାନସଭାରେ ଆଜି ଘୋଷଣା କରିଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ଏଥିଲାଗି ଏପ୍ରିଲ ୬ ତାରିଖ ସୁଦ୍ଧା ଇଚ୍ଛୁକ ଥିବା ମନ୍ତ୍ରୀ ଓ ବିଧାୟକମାନେ ବିଧାନସଭା ସଚିବାଳୟକୁ ଅବଗତ କରିବେ। ୧୫ ତାରିଖ ଦିନ ସକାଳ ୭ଟାରେ ବିଧାନସଭାରେ ସମସ୍ତଙ୍କୁ ପହଂଚିବା ପାଇଁ କୁହାଯାଇଛି। ସକାଳ ଜଳଖିଆ ଖାଇବା ପରେ ସମସ୍ତ ଆଇଏନ୍‍ଏସ୍‍ ଚିଲିକା ଯିବେ। ପରେ ବିଧାୟକ ଓ ମନ୍ତ୍ରୀମାନେ କାଳିଜାଇ ବୁଲିବେ ଏବଂ ଆଇଏନ୍‍ଏସ୍‍ ଚିଲିକାରେ କେମିତି ଯୁଦ୍ଧ ପ୍ରସ୍ତୁତି ହେଉଛି, ତାହା ଦେଖିବେ। ସେହିଦିନ ସଂଧ୍ୟା ୬ଟାରେ ସମସ୍ତେ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories