ଡେସ୍କ: ବିଜେଡି ସାଂସଦ ସସ୍ମିତ ପାତ୍ର, ଏନ. ଭାସ୍କର ରାଓ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ (ଆଜି) ଗୁରୁବାର ଶେଷ ହୋଇଛି। ଏହି ଅବସରରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟାନାଇଡୁ ସସ୍ମିତଙ୍କ କାର୍ଯ୍ୟକଳାପର ଭୂୟଂସୀ ପ୍ରଶଂସା କରିଛନ୍ତି। ସସ୍ମିତ ପ୍ରଥମ ଥର ଲାଗି ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇ ଗୃହର କାର୍ଯ୍ୟ ଶୃଙ୍ଖଳାକୁ ଖୁବଶୀଘ୍ର ଆପଣାଇ ନେଇଥିଲେ। ପ୍ୟାନେଲର ଉପାଧ୍ୟକ୍ଷ ରହି ଅତ୍ୟନ୍ତ ପରିପକ୍ୱତାର ସହ ଗୃହ ପରିଚାଳନା କରିଥିଲେ। ଖୁବ ଦକ୍ଷତାର ସହ ସସ୍ମିତ ହାଉସ ପ୍ରୋସିଡିଙ୍ଗସ କାର୍ଯ୍ୟଭାର ସମ୍ଭାଳିଥିଲେ ବୋଲି ଶ୍ରୀ ନାଇଡ଼ୁ ସସ୍ମିତଙ୍କ ପ୍ରଶଂସାରେ କହିଥିଲେ। ଏହି ଅବସରରେ ସସ୍ମିତ ମଧ୍ୟ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଜି ମୋଟ ୭୨ ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହୋଇଛି।



