www.samajalive.in
Saturday, December 6, 2025
26.1 C
Bhubaneswar

ସରିଲା ସସ୍ମିତ, ଭାସ୍କର ଓ ପ୍ରସନ୍ନଙ୍କ କାର୍ଯ୍ୟକାଳ

ଡେସ୍କ: ବିଜେଡି ସାଂସଦ ସସ୍ମିତ ପାତ୍ର, ଏନ. ଭାସ୍କର ରାଓ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ (ଆଜି) ଗୁରୁବାର ଶେଷ ହୋଇଛି। ଏହି ଅବସରରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍‍ ଭେଙ୍କେୟାନାଇଡୁ ସସ୍ମିତଙ୍କ କାର୍ଯ୍ୟକଳାପର ଭୂୟଂସୀ ପ୍ରଶଂସା କରିଛନ୍ତି। ସସ୍ମିତ ପ୍ରଥମ ଥର ଲାଗି ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇ ଗୃହର କାର୍ଯ୍ୟ ଶୃଙ୍ଖଳାକୁ ଖୁବଶୀଘ୍ର ଆପଣାଇ ନେଇଥିଲେ। ପ୍ୟାନେଲର ଉପାଧ୍ୟକ୍ଷ ରହି ଅତ୍ୟନ୍ତ ପରିପକ୍ୱତାର ସହ ଗୃହ ପରିଚାଳନା କରିଥିଲେ। ଖୁବ ଦକ୍ଷତାର ସହ ସସ୍ମିତ ହାଉସ ପ୍ରୋସିଡିଙ୍ଗସ କାର୍ଯ୍ୟଭାର ସମ୍ଭାଳିଥିଲେ ବୋଲି ଶ୍ରୀ ନାଇଡ଼ୁ ସସ୍ମିତଙ୍କ ପ୍ରଶଂସାରେ କହିଥିଲେ। ଏହି ଅବସରରେ ସସ୍ମିତ ମଧ୍ୟ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଜି ମୋଟ ୭୨ ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହୋଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories