www.samajalive.in
Thursday, December 11, 2025
18.1 C
Bhubaneswar

ମହଙ୍ଗା ହେବ ଏସ୍‍ି ଓ ଫ୍ରିଜ୍‍

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବିଦେଶରୁ ଆମଦାନୀ ହେଉଥିବା ଏସ୍‍ି, ରେଫ୍ରିଜରେଟର, ୱାସିଂ ମେସିନ୍‍ ଭଳି ୧୯ଟି ବିଳାସ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କ ବା ଆମଦାନୀ ଶୁଳ୍କ (ବେସିକ୍‍ କଷ୍ଟମ ଡ୍ୟୁଟି) ବଢାଇଛନ୍ତି। ଫଳରେ ବିଦେଶରୁ ଆମଦାନୀ ହେଉଥିବା ଏଭଳି ବିଳାସ ସାମଗ୍ରୀ ଏବେ ମହଙ୍ଗା ହୋଇଯିବ। ପୂର୍ବରୁ ଏଭଳି ବିଳାସ ସାମଗ୍ରୀ ଉପରେ ୧୦% ଆମଦାନୀ ଶୁଳ୍କ ଥିଲାବେଳେ ଏହାକୁ ୨୦%କୁ ବୃଦ୍ଧି କରାଯାଇଛି। ବୁଧବାର ମଧ୍ୟରାତ୍ରି (ରାତି ୧୨ଟା)ରୁ ଏହା ଲାଗୁ ହେବ।
ଉଲ୍ଲେଖଯୋଗ୍ୟ ଯେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇବା ଯୋଗୁଁ ଚାଲୁ ଖାତାରେ ନିଅଣ୍ଟ ପରିଲକ୍ଷିତ ହୋଇଥିଲା। ଏହି ନିଅଣ୍ଟକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ବିଦେଶରୁ ଆମଦାନୀ ହେଉଥିବା କେତେକ ବିଳାସ ସାମଗ୍ରୀ ବା ଅନାବଶ୍ୟକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢାଇଛନ୍ତି। ସୂଚନା ଅନୁସାରେ ୨୦୧୭-୧୮ରେ ପାଖାପାଖି ୮୬ ହଜାର କୋଟି ଟଙ୍କାର ବିଳାସ ସାମଗ୍ରୀ ବିଦେଶରୁ ଭାରତକୁ ଆମଦାନୀ ହୋଇଥିଲା। ଫଳରେ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଏସ୍‍ି ଉପରେ ସୀମା ଶୁଳ୍କ ୧୦%ରୁ ବଢି ୨୦% କରାଯାଇଥିବାବେଳେ ରେଫ୍ରିଜରେଟ୍‍ର ଉପରେ ୧୦%ରୁ ବଢି ୨୦%, ୱାସିଂ ମେସିନ୍‍ (୧୦ କେଜିଠୁ କମ୍‍) ଉପରେ ୧୦%ରୁ ବଢି ୨୦%, ରେଫ୍ରିଜରେଟ୍‍ର ଏବଂ ଏସି କମ୍ପ୍ରେସର ଉପରେ ୭.୫%ରୁ ବଢି ୧୦%, ସ୍ପିକର ଉପରେ ୧୦%ରୁ ବଢି ୧୫%, ଜୋତା ଉପରେ ୨୦%ରୁ ବଢି ୨୫%, କାର ଟାୟାର ଉପରେ ୧୦%ରୁ ବଢି ୧୫%, ହୀରା ଉପରେ ୫%ରୁ ବଢି ୭.୫% ରଖାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories