www.samajalive.in
Monday, December 8, 2025
27.1 C
Bhubaneswar

ଟେକ୍ନୋଲୋଜି ପୁଣି ଆମକୁ ଅଙ୍ଗୁଳିଛାପ  ବନାଇ ଦେଇଛି , ଆଧାର ରାୟ ବେଳେ ଜଷ୍ଟିସଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ . – ଟେକ୍ନୋଲଜି ପୁଣି ଆମକୁ ଅଙ୍ଗୁଳି ଛାପ କରି ଦେଇଛି ବୋଲି ଆଧାରର ରାୟ ପ୍ରକେଶ ବେଳେ ବିଚାରପତି ପ୍ରକାଶ କରିଛନ୍ତି । ଆଧାରଉପରେ ସୁପ୍ରିମ କୋର୍ଟ ୪୦ ପୃଷ୍ଟା ସମ୍ଭଳିତ ରାୟ ପ୍ରକାଶ କରିଛନ୍ତି । ଏହାର ଖଣ୍ଡପୀଠର ସଦସ୍ୟ ଜଷ୍ଟିସ  ଏକେ ସିକ୍ରି ଏହି କଥା କହିଥିଲେ । ଆଧାରରେ ଅଙ୍ଗୁଳି ଛାପ ନିଆଯାଉଥିବାରୁ ସେ ଏହି ବିଷୟ କହିଛନ୍ତି । ଆଧାର ଯୋଗୁଁ ଅନେକ ଲୋକ ସଶକ୍ତ ହୋଇଛନ୍ତି , ଦୁର୍ବଳ ଶ୍ରଣୀର ଲୋକଙ୍କୁ ପରିଚୟ ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି ।

ଆଧାର’ ସପକ୍ଷରେ ୪ ଜଣ ଓ ବିପକ୍ଷରେ ଜଣେ ବିଚାରପତି ରାୟ ଦେଇଛନ୍ତି। ତେଣୁ ଅଧିକ ମତ ଆଧାରରେ ରାୟ ଗୃହୀତ ହୋଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ ଖାନ୍‍ୱିଲକର ଓ ବିଚାରପତି ଏ କେ ସିକ୍ରିଙ୍କ ରାୟକୁ ବିଚାରପତି ଏ କେ ସିକ୍ରି ରାୟ ପଢ଼ି ଶୁଣାଇଛନ୍ତି। ବିଚାରପତି ଅଶୋକ ଭୂଷଣ ଉପରୋକ୍ତ ତିନି ଜଣ ବିଚାରପତିଙ୍କ ରାୟକୁ ସମର୍ଥନ କରିଥିବା ବେଳେ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଆଧାରର ସାମ୍ବିଧାନିକ ବୈଧତାକୁ ବିରୋଧ କରିଥିଲେ।

- Advertisement -

ମତାଧିକ୍ୟ ଆଧାରରେ ଗୃହୀତ ରାୟରେ ଉଲ୍ଲେଖ ରହିଛି ଯେ ଆଧାରରେ ଥିବା ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ। ଏହାର ନକଲ କରାଯାଇପାରିବ ନାହିଁ। ଆଧାର କାର୍ଡ ଓ ଅନ୍ୟ ପରିଚୟ ପତ୍ର ମଧ୍ୟରେ ତଫାତ ରହିଛି। ‘ଆଧାର କାର୍ଡ’ ପାଇଁ ଆବଶ୍ୟକ ବାୟୋମାଟ୍ରିକ ତଥ୍ୟ ସଂଗୃହୀତ ହୋଇସାରିବା ପରେ ତାହା ସଂରକ୍ଷିତ ହୋଇ ରହୁଛି। ଅନ୍ୟ କାହାକୁ ସେହି ସୂଚନା କିମ୍ବା ତଥ୍ୟ ହସ୍ତାନ୍ତର କରାଯାଇପାରିବ ନାହିଁ। ‘ଆଧାର’ ସାମ୍ବିଧାନିକ ଭାବେ ବୈଧ। ଏହାକୁ ବିରୋଧ କରିବା ସମ୍ବିଧାନର ବିରୋଧ ସହିତ ସମାନ। ଏବେ ‘ଆଧାର’ ଦେଶର ଗରିବ ଲୋକଙ୍କ ଶକ୍ତି ଓ ପରିଚୟ ପାଲଟିଛି। ‘ଆଧାର’ ଦ୍ୱାରା ଏକ ବୃହତ୍‍ ବର୍ଗ ଉପକୃତ ହେଉଛନ୍ତି। ‘ଆଧାର’ ପାଇଁ କମ୍‍ରୁ କମ୍‍ ତଥ୍ୟ ସଂଗ୍ରହ କରିବା ସହିତ ତଥ୍ୟକୁ ଆହୁରି ଅଧିକ ସୁରକ୍ଷିତ ରଖିବା ପାଇଁ କଡ଼ା ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଏହି ଅବସରରେ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି। ‘ଆଧାର’କୁ ଏକ ବିତ୍ତୀୟ ବିଲ୍‍ ରୂପେ ପାରିତ କରାଯାଇପାରିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି ଯେ ‘ଆଧାର’ ପାଇଁ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଓ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ। ଏଥିପାଇଁ ଆଧାର ଆଇନ୍‍ର ଧାରା ୫୭କୁ ଖଣ୍ଡପୀଠ ରଦ୍ଦ କରି କହିଛନ୍ତି ଯେ ସ୍କୁଲ୍‍ରେ ନାମ ଲେଖା ବେଳେ ‘ଆଧାର’ ଜରୁରୀ ନୁହେଁ। ଘରୋଇ କମ୍ପାନୀ କିମ୍ବା ସଂସ୍ଥା ମଧ୍ୟ ‘ଆଧାର’ ପାଇଁ କାହାକୁ ବାଧ୍ୟ କରିପାରିବେ ନାହିଁ। ‘ଆଧାର-ମୋବାଇଲ୍‍ ନଂ ଲିଙ୍କ’ ଓ ‘ଆଧାର-ବ୍ୟାଙ୍କ ଆକାଉଣ୍ଟ ଲିଙ୍କ’ ମଧ୍ୟ ବାଧ୍ୟତାମୂଳକ ନୁହେଁ। ଅବଶ୍ୟ ‘ଆଧାର-ପାନ୍‍’ ଲିଙ୍କ ବ୍ୟବସ୍ଥାକୁ ଖଣ୍ଡପୀଠ ବଳବତ୍ତର ରଖିଛନ୍ତି। ଅନୁପ୍ରବେଶକାରୀମାନେ ଯେପରି ‘ଆଧାର’ ହାସଲ କରିପାରିବେ ନାହିଁ ସେ ବିଷୟରେ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories