www.samajalive.in
Tuesday, December 9, 2025
17.1 C
Bhubaneswar

ତିନି ବର୍ଷ ପରେବି ମିଳିନି ମନରେଗା କାମ ଟଙ୍କା

ମୁଖିଗୁଡ଼ା : କଳାହାଣ୍ଡି ଜିଲା ଜୟପାଟଣା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତର ରାଣୀବାହାଲ ଗ୍ରାମର କେତେକ ଶ୍ରମିକଙ୍କୁ ତିନି ବର୍ଷ ପରେବି ମନରେଗା କାମ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି। ତ୍ରିନାଥ ନାଏକ, ସରସ୍ୱତୀ ନାଏକ, କେଶବ ରାଉତ, ଚନ୍ଦ୍ର ରାଉତ, ବାଲି ନାଏକ, ଫାଲଗୁନୀ ନାଏକ, ପିତାମ୍ବର ରାଉତ, ଦଶମୀ ରାଉତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ରାଣୀବାହାଲ ଗ୍ରାମର ରାଣୀବାହାଲ ମାଝୀପଡ଼ା ଠାରୁ ମାଉଳି ମନ୍ଦିର ରାସ୍ତା କାମରେ ଗତ ମେ ୨୦୧୫ ମସିହାରେ କାମ କରିଥିଲେ। ସେମାନେ  ପ୍ରାୟ ୬୪ ହଜାର ଟଙ୍କା ପାଇବା କଥା ହେଲେ କାମ କରିବାର ୧୫ ଦିନ ପରେ ମଧ୍ୟ ସେମାନଙ୍କୁ ତାଙ୍କର ପ୍ରାପ୍ୟ ମିଳିଲା ନାହିଁ । ଏବାବଦରେ ମଙ୍ଗଳପୁର ପଞ୍ଚାୟତ କାର୍ଯ୍ୟାଳୟ ଜି.ଆର୍‍.ଏସ୍‍ ଙ୍କୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗତ ମେ ମାସରେ ତତ୍‍କାଳୀନ ଜୟପାଟଣା ବି.ଡ଼ି.ଓ. ଲରୀମନ ଖର୍ସେଲଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।  ଖୁବ୍‍ଶୀଘ୍ର ଟଙ୍କା ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ସେମାନଙ୍କୁ ଟଙ୍କା ନମିଳିବାରୁ ବୁଧବାର ରାଣୀବାହାଲ ଗ୍ରାମର ତ୍ରିନାଥ ନାଏକ, ସରସ୍ୱତୀ ନାଏକ, କେଶବ ରାଉତ, ଚନ୍ଦ୍ର ରାଉତ, ବାଲି ନାଏକ, ଫାଲଗୁନୀ ନାଏକ, ପିତାମ୍ବର ରାଉତ, ଦଶମୀ ରାଉତ ଜୟପାଟଣା ବି.ଡ଼ି.ଓଙ୍କ କାର୍ଯ୍ୟାଳୟକୁ ଆସିଥିଲେ ହେଲେ ବି.ଡ଼ି.ଓ ଙ୍କ ଅନୁପସ୍ଥିତି ଯୋଗୁଁ ଏମ୍‍.ଜି.ଏନ୍‍.ଆର୍‍.ଇ.ଜି.ଏସ୍‍. ଏ.ପି.ଓ ନିକଟରେ ଅଭିଯୋଗ କରିଥିଲେ। ଏ.ପି.ଓ. ମଙ୍ଗଳପୁର ଜି.ଆର୍‍.ଏସ୍‍ଙ୍କୁ ଡ଼ାକି ଟଙ୍କା ପ୍ରଦାନ ପାଇଁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲ ହେଲେ ଜି.ଆର୍‍.ଏସ୍‍. ଓଲଟା ଅଭିଯୋଗକାରୀଙ୍କୁ ତୁମ ଟଙ୍କା ପାଇଁ ଏଠାକୁ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ। ଏବଂ ପରେ ଖୁବ୍‍ଶୀଘ୍ର ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଭଳି ପ୍ରତିଶ୍ରୁତି ପାଇବାର ତିନି ବର୍ଷ ବିତି ଗଲାଣି ବୋଲି ଅଭିଯୋଗକାରୀ କହିଥିଲେ । ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ପ୍ରାପ୍ୟ ପ୍ରଦାନ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଦୃଷ୍ଟି ଦେବାକୁ ସେମାନେ ଦାବୀ ଜଣାଇଛନ୍ତି। ଏବେ ଶୁଣିବାକୁ ମିଳୁଛି ଯେ ମଙ୍ଗଳପୁର ଜି.ଆର୍‍.ଏସ୍‍ ର ଦାୟିତ୍ୱ ହୀନତା ଯୋଗୁଁ ମଙ୍ଗଳପୁର ଗ୍ରାମର ମାଝୀପଡ଼ା ରାଣୀବାହାଲ ଗ୍ରାମର ଜାନୀପଡ଼ାର ଶ୍ରମିକ ସମେତ ବହୁ ଶ୍ରମିକ କମ୍ପ୍ୟୁଟରରୁ ଡ଼ାଟା ଉଭାନ ହୋଇଯିବା ଯୋଗୁଁ ସେମାନଙ୍କ ପ୍ରାପ୍ୟ ପାଇ ନପାରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories