ଧାମରା: ଓଡ଼ିଶା ଉପକୂଳକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆଗେଇ ଆସିଛନ୍ତି ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ରାଜ୍ୟ ପୁଲିସ। ଏମାନଙ୍କୁ ସହଯୋଗର ହାତ ବଢାଇଛି ଆନ୍ଧ୍ର ଏବଂ ପଶ୍ଚିମବଙ୍ଗ ପୁଲିସ। ଦିନକୁ ଦିନ ରାଜ୍ୟ ସୀମାନ୍ତରେ ଆତଙ୍କବାଦୀ କାର୍ୟ୍ୟକଳାପ ବଢି ବଢି ଚାଲିଛି । ଏମାନଙ୍କୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଛି ଏହି ସୁରକ୍ଷାଭ୍ୟାସ “ସାଗର କବଚ-୨୦୧୮’। ମୁମ୍ବାଇରେ ୨୬ ନଭେମ୍ବର ୨୦୧୧ରେ ହୋଇଯାଇଥିବା ଆତଙ୍କବାଦୀ କାର୍ୟ୍ୟକଳାପକୁ ପ୍ରତିହତ କରିବା ତଥା ଆତଙ୍କବାଦୀଙ୍କୁ ସମୂଳେ ଲୋପ କରିବା ଏହି କାର୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ । ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୧୮-୧୯ ମସିହା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳ ଯଥା-ଭଦ୍ରକର (ଧାମରା), ପାରାଦ୍ୱୀପ, କେନ୍ଦ୍ରାପଡା, ବାଲେଶ୍ୱର ଜିଲାରେ ଆଜି ସକାଳ ୬ଟାରେ ଆରମ୍ଭ ହୋଇଛି ଉପକୂଳ ସୁରକ୍ଷାଭ୍ୟାସ। ଏଥିପାଇଁ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଭାରତୀୟ ନେଭିର କିଛି ସଦସ୍ୟ ଗୁପ୍ତଚର(ବ୍ଲୁ ଫୋର୍ସ) ହିସାବରେ ଧାମରା ଅଞ୍ଚଳକୁ ଆସନ୍ତି। ଅନ୍ୟ ଦଳରେ ଧାମରା ପୁଲିସ ଏବଂ ଭଦ୍ରକ ଜିଲା ପୁଲିସ ଧାମରା ଉପକୂଳ ଅଞ୍ଚଳ ଯଥା-ଧାମରା, ଧାମରା ପୋର୍ଟ କମ୍ପାନୀ ଲିମିଟେଡ, ଧାମରା ମତ୍ସ୍ୟପୋତାଶ୍ରୟ, ଚନ୍ଦନୀପାଳ, କରଞ୍ଜମାଳ, ବାଲିମୁଣ୍ଡା, କସିଆ, ଚୂଡାମଣି ଜେଟି, ଚୂଡାମଣି ଘାଟ ଏବଂ ବାସୁଦେବପୁରଠାରେ ସାଦା ପୋଷାକରେ ପ୍ରହରା ଦେଉଥାନ୍ତି। ଯଦି ଗୁପ୍ତଚରମାନେ(ବ୍ଲୁ ଫୋର୍ସ) ଆସି ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ବିନା କିଛି ବାଧା ବିଘ୍ନରେ ପହଞ୍ଚିଯାନ୍ତି, ତାହେଲେ ଗୁଇନ୍ଦା ବିଭାଗ ସଜାଗ ନାହିଁ ବୋଲି ଧରାଯାଏ। ଯଦି ନିର୍ଦ୍ଧାରିତ ସ୍ଥାନରେ ପହଞ୍ôଚବା ପୂର୍ବରୁ ପ୍ରହରା ଦେଉଥିବା ସାଦା ପୋଷାକ ପରିହିତ ପୁଲିସ(ରେଡ ଫୋର୍ସ) ସେମାନଙ୍କୁ ଧରିନିଏ ତାହେଲେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଠିକ୍ ଅଛି ବୋଲି ଧରିନିଆଯାଏ।
ଏହି ସୁରକ୍ଷାଭ୍ୟାସ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିଲା। ଆଜିର ଏହି ସୁରକ୍ଷାଭ୍ୟାସରେ ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଏବଂ ସେମାନଙ୍କର ଧାମରାଠାରେ ନିୟୋଜିତ ହୋଇଥିବା ୨ଟି ବୋଟ, ଚୂଡାମଣିଠାରେ ଥିବା ୨ଟି ସ୍ପିଡ ବୋଟ, କଷ୍ଟମ ବିଭାଗର ବୋଟ ସାମିଲ ହୋଇଥିବା ବେଳେ ଏହି ଷ୍ଟ୍ରାଇକିଂ ଫୋର୍ସର ଟେକ୍ନିକାଲ ଷ୍ଟାଫଙ୍କ ସମେତ ଧାମରା ମେରାଇନ ପୁଲିସ, ବାଂଶଡା ପୁଲିସ(ରେଡ ଫୋର୍ସ) ଧାମରାରୁ ବାହାରି ଚନ୍ଦନୀପାଳ, ଧାମରା ପ୍ରତିରକ୍ଷା ଘାଟୀ, କରଞ୍ଜମାଳ, କରଣପଲ୍ଲୀ, ବାଲିମୁଣ୍ଡା, ବାବୁବାଲି, ତାଳଚୁଆ ପ୍ରଭୃତି ସ୍ଥାନମାନଙ୍କରେ ପଇଁତରା ମାରି ବାସୁଦେବପୁରଠାରେ ଥିବା କସିଆ ପର୍ୟ୍ୟନ୍ତ ଯାଇଥିଲେ। ଗୁଇନ୍ଦା ସୂଚନା ପାଇ ବନ୍ଦର ଫାଟକ ପୂର୍ବରୁ ବ୍ଲୁ ଫୋର୍ସ ୨ଜଣଙ୍କୁ ଗିରଫ କରିଥିଲା ।
ଧାମରା: ୩ ରାଜ୍ୟର ମିଳିତ ସମରାଭ୍ୟାସ
Popular Categories



