www.samajalive.in
Sunday, December 14, 2025
14.1 C
Bhubaneswar

ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଶେଷହେଲା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା

ହରଭଙ୍ଗା; ଓଡିଶା ସାମାଜିକ ସୁରକ୍ଷା ଉତ୍ତରଦାୟିତ୍ୱ ଓ ସୁରକ୍ଷା ସମିତି ଆନୁକୂଲ୍ୟରେ ମଙ୍ଗଳବାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମନରେଗା କାର୍ଯ୍ୟକ୍ରମର ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନରେଗା ଜନଶୁଣାଣିର ଅଧ୍ୟକ୍ଷ ଭାବେ ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ସ୍ଥିରୀକୃତ ହୋଇଥିଲା । ମାତ୍ର ଉପଜିଲ୍ଲାପାଳ କାର୍ଯ୍ୟକ୍ରମରେ ଯୋଗଦାନ କରିପାରିନଥିଲେ । ଯାହାଦ୍ୱାରା ଜଣେ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଜନଶୁଣାଣିର ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ସାମାଜିକ ସମୀକ୍ଷାର ଜନଶୁଣାଣି ଭଳି ମହତ୍ କାର୍ଯ୍ୟକ୍ରମ ଶେଷ ହେବା ଭଳି ବ୍ୟତିକ୍ରମ ପ୍ରଥମ ଥର ପାଇଁ ବ୍ଲକରେ ଦେଖିବାକୁ ମିଳିଲା । ଶେଷରେ ନିଜେ ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର କୁମାର ମେହେର ବ୍ଲକ ,ପଂଚାୟତ ,ଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗ, କ୍ଷୁଦ୍ରଜଳସେଚନ, ଜଳସେଚନ ବିଭାଗ ଏବଂ ମୃତିକା ସଂରକ୍ଷଣ ବିଭାଗ ତରଫରୁ କାର୍ଯ୍ୟକାରୀ ହୋଇଥିବା ଏପ୍ରିଲ-୨୦୨୧ରୁ ମାର୍ଚ୍ଚ-୨୦୨୨ ପର୍ଯ୍ୟନ୍ତ ସମସ୍ତ ମନରେଗା କାର୍ଯ୍ୟ ସମ୍ବଳିତ ଅଭିଯୋଗ ଗୁଡିକ ପଠନ କରାଯାଇଥିଲା । ମନରେଗା ସମ୍ବଳିତ ୧୦୩ଟି ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ୧୬୪ଟି ଅଭିଯୋଗ ଉପସ୍ଥାପନା କରିଥିଲେ । ବିଶେଷକରି ମନରେଗା କାର୍ଯ୍ୟର ନଥିପତ୍ର, ନାଗରିକ ସୂଚନାଫଳକ, ଶ୍ରମିକ ମଜୁରୀ ଏବଂ ବନବିଭାଗ ନର୍ସରୀ ରେଜିଷ୍ଟର ଅପଡେଟ, ରାସନ ଭଳି ଅନେକ ଅଭିଯୋଗ ଉପରେ ଉପସ୍ଥାପନା କରାଯାଇଥିଲା । ସମସ୍ତ ଅଭିଯୋଗଗୁଡିକ ବିଭାଗୀୟ ଉଚ୍ଚସ୍ତରୀୟ ଅଧିକାରୀ ଆସନ୍ତା ୨୦ଦିନ ମଧ୍ୟରେ ସମାଧାନ କରି ଏକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବ୍ଲକ ଅଧ୍ୟକ୍ଷ ସ୍ନେହଲତା ପ୍ରଧାନ, ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ବି.ଡି.ଓ ଶ୍ମିତା ରଥ, ମନରେଗା ସଂଜଯୋକ ସତ୍ୟଜିତ ସେନାପତିଙ୍କ ସମେତ ପଂଚାୟତ ପିଇଓ, ଜି.ଆର.ଏସ ପ୍ରମୁଖ ଯୋଗଦାନ କରିଥିଲେ । ଜନଶୁଣାଣି ଭଳି ଏକ ମହତ୍ କାର୍ଯ୍ୟକ୍ରମରେ ବ୍ଲକସ୍ତରୀୟ ପଦାଧିକାରୀ ଭଳି କେତେକ ସରକାରୀ କର୍ମଚାରୀଙ୍କୁ ଛାଡିଦେଲେ ଜଣେ ବି ହେଲେ ଜବ କାର୍ଡଧାରୀ ଶ୍ରମିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିବାରୁ ଏହି କାର୍ଯ୍ୟକ୍ରମ କେବଳ କାଗଜ କଲମରେ ଶେଷ ହୋଇଥିବା ଦେଖିବାକୁ ମିଳିଛି ।

 

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories