www.samajalive.in
Saturday, December 13, 2025
15.1 C
Bhubaneswar

ଇନ୍‌ଟାକ ଭୁବନେଶ୍ୱର ଶାଖା ପକ୍ଷରୁ ‘ମାତୃଭାଷାର ସ୍ଥିତି’ ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲ୍‌ଚରାଲ ହେରିଟେଜ (ଇନ୍‌ଟାକ୍‌) ଭୁବନେଶ୍ୱର ଶାଖା ପକ୍ଷରୁ ସ୍ଥାନୀୟ ଧଉଳି ଶାନ୍ତି ସ୍ତୁପ ପାଦଦେଶରେ ଥିବା ଧଉଳି ଗାର୍ଡେନଠାରେ ‘ମାତୃଭାଷାର ସ୍ଥିତି’ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଭାଷାବିତ୍‌, ସମାଜ ବିଜ୍ଞାନୀ ଏବଂ ଲେଖକ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ସାମ୍ପ୍ରତିକ ସମୟରେ ମାତୃଭାଷାର ସ୍ଥିତି ସମ୍ପର୍କରେ ବ୍ୟାଖ୍ୟାନ ସହ ଏହି ବିଷୟ ଉପରେ ଆଲୋକପାତ କରିଥିଲେ ଏବଂ ଏ କ୍ଷେତ୍ରରେ ସ୍ୱୀକୃତି ଓ ଗବେଷଣାର ଗୁରୁତ୍ୱ ରହିଥିବା ଦୋହରାଇଥିଲେ ।

ଏହି ଅବସରରେ ପ୍ରକାଶ କରି ଡ. ବସନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ, ସେନ୍ଟର୍ ଅଫ୍ ଏକ୍ସେଲେନ୍ସ ଫର୍ ଷ୍ଟଡିଜ ଇନ୍ କ୍ଲାସିକାଲ ଓଡ଼ିଆ, ସିଆଇଆଇଏଲ୍‌, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ସ୍ଥାନୀୟ ଭାଷା ସାହିତ୍ୟ ସମ୍ପର୍କରେ ସ୍ମୃତିଚାରଣ କରିବା ସହିତ ଓଡ଼ିଶା ତଥା ଦେଶର ବିଭିନ୍ନ ଭାଗରେ ପ୍ରଚଳିତ ମାତୃଭାଷାକୁ ସ୍ୱୀକୃତି, ଏହାର ସଂରକ୍ଷଣ ଏବଂ ଗବେଷଣା ଦିଗରେ ହାତକୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଓଡ଼ିଶାରେ ବିଭିନ୍ନ ଆଦିମ ଅଧିବାସୀ ଓ ବିଭିନ୍ନ ଅଂଚଳର ଜନସାଧାରଣଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଭିନ୍ନ ଭିନ୍ନ ଉପଭାଷାର ଉଦାହରଣ ଦେଇ ସେ ମାତୃଭାଷା ଏବଂ ଅଧ୍ୟୟନ ଅଥବା ଶିକ୍ଷାର ଭାଷା ମଧ୍ୟରେ ରହିଥିବା ପାର୍ଥକ୍ୟ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ ।

- Advertisement -

ଏହି କାର୍ଯ୍ୟକ୍ରମରେ ଡ.ଗୌରହରି ଦାସ, ଡ.ବସନ୍ତ କୁମାର ପଣ୍ଡା ଏବଂ ଡ.ରତିକାନ୍ତ ମିଶ୍ରଙ୍କୁ ଇନ୍‌ଟାକ ଭୁବନେଶ୍ୱର ଶାଖାରେ ନୂତନ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅମିୟ ଭୂଷଣ ତ୍ରିପାଠୀ, ରାଜ୍ୟ ଆବାହକ, ଇନ୍‌ଟାକ, ଓଡ଼ିଶା ଅଧ୍ୟକ୍ଷତା କରିଥିଲେ ଏବଂ ଭୁବନେଶ୍ୱର ଶାଖା ଆବାହକ ବୈକୁଣ୍ଠ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories