ଚୌଦ୍ୱାର: ଚୌଦ୍ୱାରସ୍ଥିତ କଳିଙ୍ଗ ପବ୍ଲିକ୍ ହାଇସ୍କୁଲରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କର ୩ଦିନିଆ ସହଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷୟିତ୍ରୀ ସୁଷମା କୁମାରୀ ଦେଈଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୭ ନମ୍ବର ୱାର୍ଡ଼ ନବ ନିର୍ବାଚିତ କାଉନସିଲର ଆଶୁତୋଷ ଦାସ ଓ ପରିଚାଳନା କମିଟି ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତି ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ସମସ୍ୟା ଗୁଡ଼ିକ ସମାଧାନ ଦିଗରେ ପରିଚାଳନା କମିଟିର ଭୂମିକା ଓ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ଦିଗରେ ପଦକ୍ଷେପ ନେବାପାଇଁ ବିଦ୍ୟାଳୟ ତରଫରୁ କାଉନ୍ସିଲର ଶ୍ରୀ ଦାସଙ୍କୁ ଅନୁରୋଧ କରାଯାଇଥିଲା । ଶିକ୍ଷକ ସରୋଜ କୁମାର ଦିକ୍ଷିତ ଓ ପ୍ରିୟଦର୍ଶିନୀ ପତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Popular Categories



