www.samajalive.in
Saturday, December 13, 2025
26.1 C
Bhubaneswar

ଖୁଣ୍ଟରେ ପିଟିହୋଇ ବିଦ୍ୟୁତ୍‍ କର୍ମଚାରୀ ଗୁରୁତର

କଟକ: ଖୁଣ୍ଟରେ ପିଟିହୋଇ ଜଣେ ବିଦ୍ୟୁତ୍‍ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ କର୍ମଚାରୀଙ୍କ ନାମ ଯୋଗେନ୍ଦ୍ର ସ୍ୱାଇଁ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ ଟାଟା ପାୱାର କଲେଜଛକ ସେକ୍ସସନରେ ଯୋଗେନ୍ଦ୍ର କାର୍ଯ୍ୟ କରନ୍ତି। ସେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବିଭାଗର ଏକ କାର୍ଯ୍ୟରେ ବାଇକ୍‍ ଧରି ଯାଉଥିବା ବେଳେ ହଠାତ୍‍ ଭାରସାମ୍ୟ ହରାଇ ବସିଥିଲେ। ଫଲରେ ଦ୍ରୁତଗତିରେ ଥିବା ବାଇକ ସହିତ ସେ ଏକ ସିମେଣ୍ଟ ବିଦ୍ୟୁତ୍‍ ଖୁଣ୍ଟରେ ପିଟି ହୋଇଯାଇଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ। ଅନ୍ୟପକ୍ଷରେ ଯୋଗେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲେ ମଧ୍ୟ ଘଟଣା ସଂକ୍ରାନ୍ତରେ ମାଲଗୋଦାମ ଥାନାକୁ ଅବଗତ କରା ନଯିବା ଘଟଣା ସନ୍ଦେହ ସୃଷ୍ଟି କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories