www.samajalive.in
Wednesday, December 10, 2025
14.1 C
Bhubaneswar

୨୨-୨୩ ବଜେଟ୍‍ ପ୍ରକ୍ରିୟା ସମ୍ପୂର୍ଣ୍ଣ, ବିଦେଶୀ ପୁଞ୍ଜିନିବେଶକଙ୍କ ପସନ୍ଦ ଭାରତ, କହିଲେ ଅର୍ଥମନ୍ତ୍ରୀ ନିର୍ମଳା

ନୂଆଦିଲ୍ଲୀ: ସଂସଦରେ ୨୦୨୨-୨୩ ବଜେଟ୍‍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ୨୦୨୨ ଅର୍ଥ ବିଲ୍‍ ଓ ୨୦୨୨ ବ୍ୟୟ ବରାଦ ବିଲ୍‍ ଉପରେ ରାଜ୍ୟସଭାରେ ପୂର୍ଣ୍ଣାଙ୍ଗ ଆଲୋଚନା ସହ ମଞ୍ଜୁରୀ ପରେ ଏହାକୁ ଲୋକସଭାକୁ ଫେରାଇ ଦିଆଯାଇଛି। ସଂସଦରେ ଏ ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶକୁ ଶ୍ରେଷ୍ଠ ୫ଟି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ଗ୍ରହଣକାରୀ ରାଷ୍ଟ୍ରରେ ପରିଣତ କରିବା ଲାଗି ଉଦ୍ୟମ ଜାରି ରହିଛି। ସେ କହିଛନ୍ତି, ବିଦେଶୀ ପୁଞ୍ଜିନିବେଶକମାନେ ତାଙ୍କ ସରକାରଙ୍କର ଆର୍ଥିକ ନ୍ୟାୟ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି। ଏନ୍‍.ଡି.ଏ. ସରକାରଙ୍କ ୭ ବର୍ଷ ୯ ମାସ ମଧ୍ୟରେ ଗତ ବର୍ଷ ଡିସେମ୍ବର ମାସ ସୁଦ୍ଧା ଭାରତକୁ ୫୦୦ ବିଲିୟନ୍‍ ଡଲାରରୁ ଊର୍ଦ୍ଧ୍ବ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆସିଥିବା ସେ କହିଛନ୍ତି।

ଆଲୋଚନାରେ ଅଂଶଗ୍ରହଣ କରି ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ବର୍ତ୍ତମାନ ସାଧାରଣ ଲୋକ ଦରଦାମ ବୃଦ୍ଧିର ଚାପରେ ନୟାନ୍ତ ହୋଇସାରିଲେଣି। ସେ କହିଛନ୍ତି, ପେଟ୍ରୋଲ୍‍ ଓ ଡିଜେଲ୍‍ର ଦର ସବୁଦିନ ବଢ଼ୁଛି। କ୍ରିପ୍ଟୋ କରେନ୍‍ସି ପ୍ରସଙ୍ଗରେ ସେ କହିଛନ୍ତି, ଏ ବାବଦରେ କୌଣସି ଆଇନ୍‍ ପ୍ରଣୟନ କରିବା ପୂର୍ବରୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି କ୍ରିପ୍ଟୋ ସମ୍ପତ୍ତି ଉପରେ ଟିକସ ଆଦାୟ କରାଯାଉଛି। ଆମ୍‍ ଆଦମୀ ପାର୍ଟିର ସଂଜୟ ସିଂହ କହିଛନ୍ତି, ଦେଶରେ ଦରଦାମ ହୁ ହୁ ହୋଇ ବଢ଼ୁଥିଲା ବେଳେ ସରକାର ମନରେଗା ପାଇଁ ବଜେଟ୍‍ ହ୍ରାସ କରିଛନ୍ତି। ଦେଶରେ ବେକାରୀ ବହୁମାତ୍ରାରେ ବୃଦ୍ଧି ପାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

- Advertisement -

ବିଜେପି ସାଂସଦ ଅରୁଣ ସିଂହ, କେ.ଜେ. ଆଲ୍‍ଫୋନ୍ସ ଏବଂ ରାମ କୁମାର ବର୍ମା ଲୋକମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ନେଇଥିବା ଅନେକ ପଦକ୍ଷେପ ଓ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ସଫଳତାଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଶ୍ରୀ ସିଂହ କହିଥିଲେ, ବର୍ତ୍ତମାନ ୪ଟି ରାଜ୍ୟରେ ବିଜେପିର ନିର୍ବାଚନୀ ବିଜୟ ସରକାରଙ୍କ ନୀତି ଉପରେ ଲୋକଙ୍କର ଆସ୍ଥା ରହିଛି ବୋଲି ପ୍ରମାଣ ମିଳୁଛି। ପାର୍ଟିର ଅନ୍ୟତମ ସାଂସଦ ସ୍ୱପନ ଦାଶଗୁପ୍ତା କହିଥିଲେ ଯେ ଭାରତକୁ ଅଭିବୃଦ୍ଧି ପଥରେ ଆଗେଇ ନେବା ପାଇଁ ବଜେଟରେ ଅନେକ ପଦକ୍ଷେପ ନିଆଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories